ମାଲକାନଗିରି, (ବାଘୁଆବାର୍ତ୍ତା): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରୁ ମାଓ ସାମଗ୍ରୀ ଠାବ । ଏସଓଜି, ଡିଭିଏଫ ଓ ବିଏସଏଫ ବାହିନୀର ମିଳିତ କୁମ୍ବିଂ ଅପରେସନବେଳେ ଠାବ ହେଲା ଏହି ସବୁ ମାଓ ସାମଗ୍ରୀ । ସହିଦ ସପ୍ତାହ ବେଳେ ନକ୍ସଲମାନେ ସ୍ବାଭିମାନ ଅଞ୍ଚଳରେ ଏହି ସବୁ ବିସ୍ଫୋରକ ସାମଗ୍ରୀ ଠୁଳ କରିଥିଲେ । ଜବତ ମାଓ ସାମଗ୍ରୀ ମଧ୍ୟରେ ରହିଛି ଦୁଇଟି ବନ୍ଧୁକ କିଛି ଡିଟୋନିଟର ଓ ଲ୍ୟାଣ୍ଡମାଇନ ତିଆରି କରିବା ସାମଗ୍ରୀ । ବିସ୍ଫୋରକ ସାମଗ୍ରୀ ଜବତ ହେବା ପରେ ସେଠାରେ କୁମ୍ବିଂ ଅପରେସନ ଯୋରଦାର କରାଯାଇଛି ବୋଲି ମାଲକାନଗିରି ଏସପି ନିତେଶ ଓ୍ବାଧଓ୍ବାନି ସୂଚନା ଦେଇଛନ୍ତି ।





