ନୂଆପଡା, (ବାଘୁଆବାର୍ତ୍ତା): ନୂଆପଡା ଲଖନା ଥାନା ଅନ୍ତର୍ଗତ ସାଲେପଡାରେ ଦିନ ଦ୍ବିପ୍ରହରେ ଲୁଟ୍ । ଘରେ ଏକୁଟିଆ ଥିବା ମହିଳାଙ୍କ ମୁହଁରେ ସ୍ପ୍ରେ ମାରି ଲୁଟିନେଲେ ୪ ଭରି ସୁନା ସହ ଲକ୍ଷାଧିକ ଟଙ୍କା । ଦୁର୍ବୃତ୍ତ ସ୍ପ୍ରେ ମାରିଲା ପରେ ବେହୋସ୍ ହୋଇ ଯାଇଥିଲେ ମହିଳା । କଳା ଡ୍ରେସ୍ ସହ ମୁଖା ପିନ୍ଧି ଦୁଇଜଣ ଅଜଣା ବ୍ୟକ୍ତି ଘରେ ପସିଥିବା ମହିଳା ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଡଗ୍ ସ୍କ୍ବାର୍ଡ ସହ ଲଖନା ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।





