Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତହସିଲଦାରଙ୍କୁ ନର୍ଧୂମ ଛେଚିଲେ ଗ୍ରାମବାସୀ, ପୁଲିସ କଲା ଉଦ୍ଧାର

by ସଞ୍ଜୟ ସ୍ୱାଇଁ
August 6, 2022
in Crime, State
ତହସିଲଦାରଙ୍କୁ ନର୍ଧୂମ ଛେଚିଲେ ଗ୍ରାମବାସୀ, ପୁଲିସ କଲା ଉଦ୍ଧାର
234
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା):ମଦ ଧରପଗଡ଼ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ତହସିଲଦାର ଓ ଅବକାରୀ କର୍ମଚାରୀ । ଏପରିକି ଗାଁ ଲୋକେ ସରକାରୀ ଗାଡ଼ିକୁ ଗାଁ ଭିତରକୁ ଛାଡ଼ି ନ ଥିବା ବେଳେ ତହସିଲଦାରଙ୍କ ସମେତ ଅନ୍ୟମାନଙ୍କୁ ଚାରିପଟୁ ଘେରି ଯାଇ ନିର୍ଧୂମ ପିଟିଥିଲେ। ପୁଲିସ୍‌ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିବା ବେଳେ ତହସିଲଦାରଙ୍କ ସମେତ ୩ ଜଣ ଗୁରୁତର ଅଛନ୍ତି। ଏପରି ଘଟଣା ଆଜି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡା ଥାନା ଅନ୍ତର୍ଗତ ବୁଢ଼ୀଘାଟି ଗାଁରେ ଘଟିଛି। ବୁଢ଼ୀ ଘାଟି ଗାଁରେ ବେଆଇନ ମଦ କାରବାର ହେଉଥିବା ସୂଚନା ପାଇ ଆଜି ପାତ୍ରପୁର ତହସିଲଦାରଙ୍କ ସମେତ ଅବକାରୀ ବିଭାଗ ଅଧିକାରୀ ଘଟଣାସ୍ଥଳକୁ ଯାଉଥିଲେ। ୩ଟି ଗାଡ଼ିରେ ପ୍ରାୟ ୧୦ ଅଧିକାରୀ ଓ କର୍ମଚାରୀ ବୁଢ଼ୀ ଘାଟି ଗାଁକୁ ଯାଉଥିଲେ। ଏ ସମ୍ପର୍କରେ ସୂଚନା ପାଇ ଗ୍ରାମବାସୀ ଗାଁ ମୁଣ୍ଡରେ ହିଁ ସମସ୍ତଙ୍କୁ ଅଟକାଇ ଦେଇଥିବା ବେଳେ ଗାଡ଼ିକୁ ଗାଁ ଭିତରକୁ ଛାଡ଼ି ନ ଥିଲେ। ଏହାପରେ ତହସିଲଦାର ଗାଡ଼ିରୁ ଓହ୍ଲାଇ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେଠାରେ ରୁଣ୍ଡ ହୋଇଥିବା ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଲୋକେ ହଠାତ୍‌ ତହସିଲଦାରଙ୍କ ସମେତ ଅନ୍ୟ ସରକାରୀ କର୍ମଚାରୀଙ୍କୁ ପିଟିବା ଆରମ୍ଭ କରିଥିଲେ। ସେମାନଙ୍କ ଆକ୍ରମଣ ଯୋଗୁ ତହସିଲଦାରଙ୍କ ସମେତ ୨ ଅବକାରୀ କର୍ମଚାରୀଙ୍କୁ ମୁଣ୍ଡ ଫାଟିଛି ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଖବର ପାଇ ପୁଲିସ୍‌ ପହଞ୍ଚି ସମସ୍ତଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିଥିଲା। ଏହାପରେ ତହସିଲଦାର ଓ ଏବଂ ଅବକାରୀ ବିଭାଗ କର୍ମଚାରୀ ସୁରଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଗାଡ଼ି ଛାଡ଼ି ସମସ୍ତ କର୍ମଚାରୀ ପଳାଇ ଆସିଥିବାରୁ ପୁଲିସ୍‌ ପଛରେଯାଇ ଗାଡ଼ି ଉଦ୍ଧାର କରିଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!