ଚାନ୍ଦବାଲି, (ବାଘୁଆବାର୍ତ୍ତା): ଚାନ୍ଦବାଲି ଥାନା ଅଧିନ ଏନ ଏ ସି ମଝିଗାଁ ୱାର୍ଡ଼ରେ ଏକ ବଧୂହତ୍ୟା ଅଭିଯୋଗ ହୋଇଛି । ବାଂଶଡ଼ା ଥାନା ଅଧିନ ଚରଦିଆ ଗାଁର ବିଦ୍ୟାଧର ମହାଳିକଙ୍କ ଝିଅ ପୁଷ୍ପାଞ୍ଜଳୀ ମହାଳିକ ମଝିଗାଁ ୱାର୍ଡ଼ରେ ବିଜୟ ମହାଳିକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ଯୌତୁକ ଓ ପାରିବାରିକ କଳହ ପାଇଁ ଝିଅ ପୁଷ୍ପାଞ୍ଜଳୀଙ୍କୁ ମାରିଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୃତ ପୁଷ୍ପାଞ୍ଜଳୀଙ୍କ ବାପା ବିଦ୍ୟାଧର ମହାଳିକ । ତେବେ ଖବର ପାଇ ଚାନ୍ଦବାଲି ଥାନାଧିକାରୀ ଓ ପୋଲିସ ଟିମ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।





