ଢେଙ୍କାନାଳ, (ବାଘୁଆବାର୍ତ୍ତା): ଲୁଟେରାମାନେ ଢେଙ୍କାନାଳରେ ଲୁଟିବାର ନୂତନ କୌଶଳ ଆପଣେଇଛନ୍ତି। କୋଲ୍ଡ ଡ୍ରିଙ୍କ୍ସକୁ ହତିଆର କରିଛନ୍ତି ଲୁଟେରା। ଫଳରେ ସହରରେ ବଢିଚାଲିଛି କୋଲଡ଼ ଡ୍ରିଂକ୍ସ ନିଶା ଲୁଟ। କୋଲଡ଼ ଡ୍ରିଙ୍କ୍ସରେ ନିଶା ଦେଇ ଲୁଟେରା ମାନେ ବେପାରୀ ଓ ଦୋକାନୀ ମାନଙ୍କୁ ଟାର୍ଗେଟ କରିଛନ୍ତି । ଗତ ଦୁଇଦିନ ପୂର୍ବେ ଜଣେ ପରିବା ବ୍ୟବସାୟୀଙ୍କୁ ପ୍ରାୟ ୪୦ହଜାର ଟଙ୍କା ଲୁଟିଥିବା ବେଳେ ପୁଣି ଆଜି ଲୁଟ୍ କରିଛନ୍ତି । ସହରର ରଥ ଗଡ଼ା ସ୍ଥିତ ଜଣେ ଶୁଖୁଆ ବ୍ୟବସାୟୀଙ୍କୁ ଶୁକୁଆ ହୋଲସେଲିଂ ବେପାର ଆଳରେ ଲୁଟିଛନ୍ତି ଲୁଟେରା । ଲକ୍ଷ୍ମୀଧର ବେହେରା ନାମକ ଏହି ଶୁଖୁଆ ବେପାରୀଙ୍କୁ କୋଲଡ଼ ଡ୍ରିଂକ୍ସରେ ନିଶା ଦେଇ ବେହୋସ କରିଦେଇଥିଲେ । ପରେ ତାଙ୍କ ଟଙ୍କା ବ୍ୟାଗକୁ ନେଇ ପଳାଇଥିବା ଜଣାପଡ଼ିଛି । ତେବେ ନିଶାର ରାସାୟନିକ ପ୍ରତିକ୍ରିୟାରେ ଏହି ଶୁକୁଆ ବେପାରୀ ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତାଙ୍କ ବ୍ୟାଗରେ ପ୍ରାୟ ୧୫ ହଜାର ଟଙ୍କା ନେଇ ଲୁଟେରା ପଳାଇଥିବା ଜଣାପଡିଛି । ଖବର ପାଇ ଟାଉନ ପୁଲିସ ତଦନ୍ତ ଆରମ୍ଭ କରିଛି ।





