Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦିନ ଦ୍ୱିପ୍ରହରେ ବନ୍ଧୁକ ଦେଖାଇ ଲୁଟିନେଲେ ସୁନା

by ସଞ୍ଜୟ ସ୍ୱାଇଁ
August 5, 2022
in Crime, State
ଦିନ ଦ୍ୱିପ୍ରହରେ ବନ୍ଧୁକ ଦେଖାଇ ଲୁଟିନେଲେ ସୁନା
143
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ବନ୍ଧୁକ ଦେଖାଇ ନେଇଗଲେ ଦେଢ଼ କେଜି ସୁନା ଅଳଙ୍କାର ଓ ନଗଦ ଟଙ୍କା। ଆଜି ଏପରି ଲୁଟ୍‌ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଟାଉନ୍‌ରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ପାଟଣଗଡ ସହର ରାମଜୀ ପଡାରେ ରହିଛି ମୁକେଶ ଜୈନଙ୍କ ଅଳଙ୍କାର ଦୋକାନ। ମୁକେଶ ସବୁଦିନ ପରି ଆଜି ଦୋକାନ ଖୋଲିଥିଲେ। ଅପରାହ୍ନ ପ୍ରାୟ ୪ଟା ବେଳେ ଦୁଇଟି ବାଇକ୍‌ରେ ୬ ଜଣ ଯୁବକ ଆସିଥିଲେ। ସେମାନେ ବନ୍ଧୁକ ବାହାର କରି ଦୋକାନୀ ଓ କର୍ମଚାରୀଙ୍କ ମୁଣ୍ଡରେ ରଖି ଦେଇଥିଲେ। ଦୋକାନୀକୁ ବସିବାକୁ କହିଥିଲେ। ମୁଣ୍ଡରେ ବନ୍ଧକ ଲାଗିଥିବାରୁ ଜୀବନ ବିକଳରେ ବସିଥିଲେ ମୁକେଶ। ଠିକ୍‌ ସେହି ସମୟରେ ଜଣେ ଲୁଟେରା ବନ୍ଧୁକରେ ଦୋକାନୀଙ୍କ ମୁଣ୍ଡକୁ ଜୋରରେ ମାଡ କରିଥିଲେ। ଯାହା ଫଳରେ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ତା’ପରେ ଲୁଟେରାମାନେ ଦୋକାନରୁ ପ୍ରାୟ ୧ ଜେଜି ୫ ଶହ ଗ୍ରାମର ସୁନା ଅଳଙ୍କାର ଓ ନଗଦ ୪୦ ହଜାର ଟଙ୍କା ଲୁଟି ନେଇଥିଲେ। ଲୁଟ୍‌ ବେଳର ଦୃଶ୍ୟ ସିସି ଟିଭିରେ କଏଦ ହୋଇଥିଲା। ହେଲେ ଡକାୟତମାନେ ଗଲା ବେଳେ ସାଥୀରେ ସିସିଟିଭିର ହାର୍ଡ ଡିକ୍ସକୁ ନେଇ ଯାଇଥିଲେ। ଲୁଟ୍‌ ନେଇ ମୁକେଶ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ଲୁଟେରାମାନଙ୍କ ପତ୍ତା ପାଇନି ପୁଲିସ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!