Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପତ୍ନୀଙ୍କ ନାମରେ ଅନୈତିକ ସମ୍ପର୍କ ଆଣିଲେ କରଣ, ଅଲଗା ନମ୍ବରରୁ ମତେ ହତ୍ୟା ଧମକ ମିଳୁଛି

by ସଞ୍ଜୟ ସ୍ୱାଇଁ
August 5, 2022
in Crime, NATIONAL NEWS
ପତ୍ନୀଙ୍କ ନାମରେ ଅନୈତିକ ସମ୍ପର୍କ ଆଣିଲେ କରଣ, ଅଲଗା ନମ୍ବରରୁ ମତେ ହତ୍ୟା ଧମକ ମିଳୁଛି
119
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ଷ୍ଟାର ପ୍ଲସରେ ପ୍ରସାରିତ ଟିଭି ଶୋ ‘ୟେ ରିସ୍ତା କ୍ୟା କେହଲାତା ହୈ’ ରେ ‘ନୈତିକ୍’ ଚରିତ୍ରକୁ କିଏ ବା ନଜାଣେ । ଘରେ ଘରେ ସେ ଥିଲେ ଫେମସ । ଅକ୍ଷରା-ନୈତିକ ଯୋଡିକୁ ଖୁବ ପସନ୍ଦ କରୁଥିଲେ ଦର୍ଶକ । ଅଭନୟ ସହ ତାଙ୍କ ରିଅଲ ଲାଇଫକୁ ନେଇ ଥିଲେ ବେଶ୍ ଚର୍ଚ୍ଚିତ ଥିଲେ ସେ । ନୈତିକ ଫେମ୍ କରଣ ମେହେରା ତାଙ୍କ ବୈବାହିକ ଜୀବନକୁ ନେଇ ଲାଇମ ଲାଇଟରେ ଥିଲେ । ପତ୍ନୀ ନିଶା ରାୱଲ ସହ ତାଙ୍କ ସମ୍ପର୍କ ଠିକ୍ ଚାଲିନଥିଲା । ଏଥିପାଇଁ ସେ କାଠଗଡାକୁ ବି ଟାଣି ହୋଇଆସିଥିଲେ । ଉଭୟ ଏବେ ଅଲଗା ରହୁଛନ୍ତି । ହେଲେ ଗତି କିଛିଦିନ ପରେ ସେ ପୁଣିଥରେ ନିଜ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି । ଅର୍ଥାତ୍ କରଣ ମେହେରା ତାଙ୍କ ପତ୍ନୀଙ୍କଠାରୁ ଅଲଗା ହେବା ପରେ ପତ୍ନୀଙ୍କ ବିରୋଧରେ ଆଣିଛନ୍ତି ଗମ୍ଭୀର ଅଭିଯୋଗ । କରଣ କହିଛନ୍ତି ତାଙ୍କ ପତ୍ନୀଙ୍କ ଅନୈତିକ ସମ୍ପର୍କ ରହିଛି । ନିକଟରେ କରଣ କହିଛନ୍ତି କି ନିଶା ତାଙ୍କ ପୁଅକୁ ଭେଟିବାକୁ ଅନୁମତି ଦେଉନାହାଁନ୍ତି । ନିଜ ଘରେ ଜଣେ ଅଲଗା ବ୍ୟକ୍ତିଙ୍କ ସହ ରହୁଛନ୍ତି । କରଣ ଏହି ଅନ୍ୟ ବ୍ୟକ୍ତିଙ୍କ ନାମ ବି ପ୍ରକାଶ କରିଛନ୍ତି । କରଣ ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିଶାଙ୍କ ବିଷୟରେ ଆଶ୍ଚର୍ୟ୍ୟଜନକ ତଥ୍ୟ କହିଥିଲେ । କରଣ କହିଛନ୍ତି ଯେ ତାଙ୍କ ପତ୍ନୀ ନିଶା ତାଙ୍କ ରାଖୀ ବାନ୍ଧିଥିବା ଭାଇ ରୋହିତଙ୍କ ସହିତ ସମ୍ପର୍କରେ ଅଛନ୍ତି । କରଣ କହିଛନ୍ତି ଯେ ନିଶା ପୂର୍ବରୁ ରୋହିତଙ୍କୁ ତାଙ୍କ ଭାଇ କହୁଥିଲେ । ବର୍ତ୍ତମାନ ନିଶା ତାଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି । କେବଳ ଏତିକି ନୁହେଁ ନିଶା ଏବଂ ରୋହିତ ନିଜ ଘରେ ରୁହନ୍ତି । କରଣ ଏହା ମଧ୍ୟ କହିଛନ୍ତି କି ନିଶା କଙ୍ଗନାଙ୍କ ରିଆଲିଟି ଶୋ’ ଲକ୍ ଅପରେ ମଧ୍ୟ ଏହା ସ୍ୱୀକାର କରିଛନ୍ତି ଯେ ବିବାହ ପରେ ମଧ୍ୟ ତାଙ୍କର ପ୍ରେମ ସମ୍ପର୍କ ଥିଲା । କରଣ କହିଛନ୍ତି, “ଯଦି ମୁଁ କହିଥାନ୍ତେ, ଲୋକମାନେ ମୋତେ ଦୋଷାରୋପ କରିଥାନ୍ତେ । ବର୍ତ୍ତମାନ ପ୍ରମାଣ ସହିତ କହୁଛି ଯେ ନିଶା ରୋହନଙ୍କ ସହ ରୁହନ୍ତି ଏବଂ ଏହି ସମ୍ପର୍କକୁ ଭାଇ-ଭଉଣୀ ସମ୍ପର୍କ ଭାବରେ ବିବେଚନା କରନ୍ତି । ଏବେ କରଣ ଅଭିଯୋଗ କରିଛନ୍ତି ଯେ ଅଲଗା ନମ୍ବରୁ ହତ୍ୟା ଧମକ ମଧ୍ୟ ମିଳୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!