Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦ୍‌ଯାପିତ

by ସଞ୍ଜୟ ସ୍ୱାଇଁ
March 7, 2020
in Entertainment, Nayagarh
ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦ୍‌ଯାପିତ
24
VIEWS
Share on FacebookShare on Twitter

ମନମୋହିଲା ‘ଅଜୁନୀ’

ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ଜିଲ୍ଲା ସଂସ୍କୃତି ପରିଷଦ ଏବଂ ନାଟ୍ୟଧାରା ଆୟୋଜିତ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ୨୦୨୦ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ଉଦ୍‌ଯାପିତ ହୋଇଯାଇଛି । ଆଜିର ସଂନ୍ଧ୍ୟାରେ ଉଦଘାଟକ ଭାବେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ନାଟ୍ୟଚେତନା ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ଯୋଗ ଦେଇଥିଲେ । ନାଟ୍ୟକାର ଡ. ବୈଜୟନ୍ତୀ ମିଶ୍ର, ପ୍ରମୋଦ ମହାନ୍ତିଙ୍କ ନିର୍ଦ୍ଦେଶିତ କଟକର ଶ୍ରଦ୍ଧାଞ୍ଜଳି ଅନୁଷ୍ଠାନ ପକ୍ଷରୁ ନାଟକ “ଅଜୁନୀ’ ମଞ୍ଚସ୍ଥ ହୋଇଛି । ନାଟକ ଅଜୁନୀ ସାଧାରଣ କିନ୍ନରଟିଏ । ସମାଜ ଆଖିରେ ସେ ଭୟଭୀତ ନହୋଇ ସେ କିନ୍ନର ସଂପ୍ରଦାୟରେ ନିଜକୁ ସାମିଲ କରି ଦେଇଛି । ଘରେ ରହିଛି ଗାଁ ଲୋକଙ୍କର ସେବା କରିଛି । ଘଟଣାଚକ୍ରରେ ସେ ଭଲ ପାଇବସିଛି ଅନ୍ୟଏକ କିନ୍ନର ଗଙ୍ଗାକୁ । ଦୁହେଁ ବିବାହ କରିବାକୁ ସିଦ୍ଧାନ୍ତ ନେଇଛନ୍ତି । କିନ୍ତୁ ମା’ ପାର୍ବତୀ ଏହାର ବିରୋଧ କରିଛନ୍ତି । ଆମ ସମାଜ ଦୁଇଟା କିନ୍ନରଙ୍କ ବିବାହକୁ ସହଜରେ ଗ୍ରହଣ କରିବନି ବୋଲି ସେ ଉପଲବ୍ଧି କରିଛନ୍ତି । ଗଙ୍ଗା-ଅଜୁନୀ ପ୍ରେମ ଭାଙ୍ଗିବାକୁ ଅଜୁନୀର ବିବାହ ବୟଷ୍କା ରେବ ସାଥୀରେ କରାଇ ଦେଇଛନ୍ତି । ବଡ଼ଭାଇ ରଞ୍ଜନ ଓ ଭାଉଜ ଶୋଭା ଗାଁ ଜମି ବିକି ସହରରେ ଘର କରି ରହିଛନ୍ତି ଏବଂ ସାହାଯ୍ୟ ସମବେଦନା ପରିବର୍ତ୍ତେ ଗଞ୍ଜଣା ଦେଇ ଚାଲିଛନ୍ତି । ଯୁଗକୁ ରେବ ମା’ ହେଇଛି । ଅଜୁନୀ ଭଳି ଜଣେ କିନ୍ନରଙ୍କର ବାପା ହେବା ସମ୍ଭବ? ଏହି ଅପବାଦରେ ଭାଙ୍ଗିପଡିଛି ପାର୍ବତୀ । ହୃଦ୍‌ଘାତରେ ମରିଯାଇଛି ପାର୍ବତୀ । ଅଜୁନୀ ବିଚରା କ’ଣ କରନ୍ତା । ଆଦରି ନେଇଛି ରେବ ଏବଂ ତା’ର ପୁଅକୁ । ନାଟକଟି ବେଶ୍ ଲୋକପ୍ରିୟ ହେବା ସହିତ ବହୁ ଦର୍ଶକ ଏହାକୁ ଉପଭୋଗ କରିଥିଲେ । ଅତିଥିମାନେ ନୟାଗଡ଼ରେ ୭ଦିନ ଧରି ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ନାଟ୍ୟ ମହେତ୍ସବକୁ ପ୍ରଶଂସା କରିବା ସହିତ ଆୟୋଜକମାନଙ୍କୁ ପ୍ରଶଂସା କରିଥିଲେ । ନାଟ୍ୟଧାରାର ସଭାପତି ପ୍ରମୋଦ ପଟ୍ଟନାୟକ, ନିର୍ଦ୍ଦେଶକ ଡ. ବିଜୟ କୁମାର ଚୈାଧୁରୀ ଏବଂ ସଂପାଦକ ଲକ୍ଷ୍ମୀଧର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ହେଉଥିବା ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଆଜି ଉଦଯାପିତ ହୋଇଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!