Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିବିଆଇ କାର୍ୟ୍ୟାଳୟରେ ମହିମା ମିଶ୍ରଙ୍କୁ ଜେରା, ୪ ଗିରଫ

by ସଞ୍ଜୟ ସ୍ୱାଇଁ
August 5, 2022
in Crime, State
ସିବିଆଇ କାର୍ୟ୍ୟାଳୟରେ ମହିମା ମିଶ୍ରଙ୍କୁ ଜେରା, ୪ ଗିରଫ
154
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେବା ମାମଲାରେ ଶିଳ୍ପପତି ମହିମା ମିଶ୍ର ଓ ପୁଅ ଚନ୍ଦନ ମିଶ୍ରଙ୍କୁ ଗତକାଲି ସିବିଆଇ ଘଣ୍ଟା ଘଣ୍ଟା କାଳ ଜେରା କରିଥିବା ବେଳେ ଆଜି ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ମହିମା ମିଶ୍ର। ଭୁବନେଶ୍ୱରସ୍ଥିତ ସିବିଆାଇ ଅଫିସରେ ସେ ଆଜି ହାଜର ହୋଇଛନ୍ତି। ଏହାବାଦ ଏହି ଘଟଣାରେ ସିବିଆଇ ୪ ଜଣଙ୍କୁ ଗିରଫ କରିଛି। ଗିରଫ ୪ ଜଣ ହେଲେ ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ , ଠିକାଦାର ସୁମନ୍ତ ରାଉତ, କେସିଟି ଗ୍ରୁପ ପୋର୍ଟ ଅପରେସନ ମ୍ୟାନେଜର ଶଙ୍ଖଶୁଭ୍ର ମିତ୍ର ଓ OSL ଅପରେସନ ଡିଜିଏମ୍‌ ସୂର୍ଯ୍ୟ ନାରାୟଣ ସାହୁ । ଗିରଫ ୪ ଜଣଙ୍କୁ ମେଡିକାଲ ଯାଞ୍ଚ ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି। ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମହିମା ମିଶ୍ର କହିଛନ୍ତି, ସିବିଆଇ ମୋତେ ନୋଟିସ କରିଥିଲା, ତେଣୁ ଆସିଛି। ତେବେ କାହିଁକି ଡାକିଛି ମୁଁ ଜାଣିନି। ଆଇନ ଉପରେ ଶତ ପ୍ରତିଶତ ଭରସା ଅଛି ବୋଲି ମଧ୍ୟ କହିଛନ୍ତି ମହିମା ମିଶ୍ର। ମହିମା ମିଶ୍ରଙ୍କୁ ଆଜି ସିବିଆଇ କାର୍ଯ୍ୟାଳୟରେ ପଚରାଉଚରା କରାଯାଉଥିବା ବେଳେ ତାଙ୍କ ପୁଅ ଚନ୍ଦନ ମିଶ୍ର ମଧ୍ୟ ସକାଳେ ଏହି କାର୍ଯ୍ୟାଳୟରେ ପହଞ୍ଚିଥିଲେ ବୋଲି ସୂଚନା ମିଳୁଛି। ଏହାପରେ ତାଙ୍କୁ ସିବିଆଇର ଏକ ଟିମ୍‌ ବାହାରକୁ ନେଇ କୌଣସି ଘଟଣାର ଖୋଳତାଡ଼ କରାଯାଉଥିବା ଜଣାପଡ଼ିଛି। ଗତକାଲି ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନ ମିଶ୍ରଙ୍କୁ ସିବିଆଇ ଟିମ୍‌ ପଚରାଉଚରା କରିଥିଲା। ମହିମାଙ୍କୁ ଗତକାଲି ପାରାଦୀପ ବନ୍ଦର ଗେଷ୍ଟ ହାଉସ୍‌ରେ ୬ ଘଣ୍ଟା ଧରି ଜେରା ହୋଇଥିଲା। ସେହିପରି ଭୁବନେଶ୍ୱର ସିବିଆଇ ଅଫିସ୍‌ରେ ସାଢ଼େ ତିନି ଘଣ୍ଟାରୁ ଅଧିକ ସମୟ ଧରି ଚନ୍ଦନଙ୍କୁ ପଚରାଉଚରା କରିଥିଲା ସିବିଆଇ। ୨୫ ଲକ୍ଷ ଟଙ୍କା ଲିଙ୍କକୁ ନେଇ ଉଭୟଙ୍କୁ ଜେରା ହୋଇଥିବା ଅନୁମାନ କରାଯାଉଛିା ଗତକାଲି ସକାଳୁ ସିବିଆଇ ଟିମ୍ ମହିମାଙ୍କ କଟକସ୍ଥିତ ଘର, ଅଫିସ୍ ଓ ପାରାଦୀପ ଅଫିସ୍‌ରେ ରେଡ୍ କରିଥିଲା। ତା’ସହ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିଅର ସରୋଜ ଦାସ ଏବଂ OSLର ଠିକାଦାର ସୁମନ୍ତ ରାଉତଙ୍କୁ ବି ପାରାଦୀପରୁ ଉଠାଇ ନେଇ ପଚରାଉଚରା କରିଥିଲା ସିବିଆଇ। କୋଲ୍ ମାଇନିଂ କମ୍ପାନି KCT ସହ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିଅର ସରୋଜ ଦାସଙ୍କ ବିବାଦ ଥିଲା। ଏହାକୁ ସମାଧାନ କରିବାକୁ KCTର କୋଲ୍ ହାଣ୍ଡଲିଂ ଏଜେଣ୍ଟ OSL ସରୋଜଙ୍କୁ ୨୫ ଲକ୍ଷ ଟଙ୍କା ଦେଇଥିବା ଚର୍ଚ୍ଚା ହେଉଛି। OSL ଠିକାଦାର ସୁମନ୍ତ ରାଉତଙ୍କ ଜରିଆରେ ଏହି ଲାଞ୍ଚ ଟଙ୍କା ଦିଆଯାଇଥିବା କୁହାଯାଉଛି। ଏନେଇ ସିବିଆଇ ପକ୍ଷରୁ ଦିଲ୍ଲୀରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାକୁ ନେଇ ସିବିଆଇ, ଓଏସ୍ଏଲ୍, KCT କିମ୍ବା ସରୋଜ ଦାସ କାହାର ବି ପ୍ରତିକ୍ରିୟା ମିଳିପାରିନି। ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ , ଠିକାଦାର ସୁମନ୍ତ ରାଉତ, କେସିଟି ଗ୍ରୁପ ପୋର୍ଟ ଅପରେସନ ମ୍ୟାନେଜର ଶଙ୍ଖଶୁଭ୍ର ମିତ୍ର ଓ OSL ଅପରେସନ ଡିଜିଏମ୍‌ ସୂର୍ଯ୍ୟ ନାରାୟଣ ସାହୁଙ୍କୁ ଗିରଫ କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!