ନୟାଗଡ଼, (ବାଘୁଆବାର୍ତ୍ତା): ଜଣେ ନାବାଳିକାକୁ ବଳତ୍କାର କରିବା ଅଭିଯୋଗରେ ଆଜି ନୟାଗଡ଼ ପୋକ୍ସ ଅଦାଲତ ଶ୍ରୀ ବିଭୁପ୍ରସାଦ ପଣ୍ଡା ୧୦ ଜଣ ସାକ୍ଷୀଙ୍କ ବୟାନକୁ ଭିତିକରି ଚାନ୍ଦପୁର ଥାନା ଅନ୍ତର୍ଗତ ଏରିଆ ଟାଙ୍ଗି ଅଞ୍ଚଳର ମୁଦାଲା ଧଡିଆ ଓରଫ ପ୍ରଫୁଲ ବେହେରାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଦେବା ସହିତ ୧୦,୦୦୦ (ଦଶ ହଜାର) ଟଙ୍କା ମାତ୍ର ଜୋରିମାନା କରିଛନ୍ତି । ସୂଚନାନୁସାରେ ତା.୩୧.୦୫.୨୦୧୮ ରିଖ ଦିନ ଏକ ନା ବାଳିକା ଯାହାର ବୟସ ୭ ବର୍ଷ ନିଜ ଘର ପାଖରେ ଖେଳୁଥିବା ସମୟେ ମୁଦାଲା ପ୍ରଫୁଲ୍ଲ ବେହେରା ପିଡିତାକୁ ଘର ବାରଣ୍ଡାକୁ ଡାକି ନେଇ ବଳତ୍କାର କରିଥିଲା । ପିଡିତାର ପାଟି ଶୁଣି ତା ମା’ ଆସି ମୁଦାଲା ପାଖରୁ ଉଦ୍ଧାର କରିଥିଲା । ଏହି ଘଟଣାକୁ ଭିତି କରି ପିଡିତାର ମା ଚାନ୍ଦପୁର ଥାନାରେ ଏକ ମାମଲା ରୁଜୁ କରିଥିଲେ । ଚାନ୍ଦପୁର ଥାନା ଅଧିକାରୀ ଥାନା କେଶ ନଂ-୬୨/୨୦୧୮ ତା.୦୪.୦୬.୨୦୧୮ ରିଖରେ ଭାରତୀୟ ଦଣ୍ଡବିଧି ଆଇନର ଦ ୩୭୬ ଏ ବି ୫୦୬ ପଖ ଏବଂ ପୋକ୍ସ ଦଫା ୬କୁ ଭିତି କରି ମୁଦାଲାକୁ କୋର୍ଟ ଚାଲାଣ କରିଥିଲେ । ସେହିଦିନ ଠାରୁ ମୁଦାଲା ନୟାଗଡ଼ ଉପକାରାଗାରରେ ବିଚାରଧିନ ବନ୍ଦି ଭାବେ ଥିଲା । ଏଥି ସହିତ ମାନ୍ୟବର ପିଡିତାଙ୍କୁ ଟ.୪,୦୦୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧି କରଣକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ତରଫରୁ ଦାଶରଥି ସାହୁ (ସ୍ପେସିଆଲ ପିପି) ମାମଲା ପରିଚାଳନା କରୁଥିଲେ ।





