କଣ୍ଟାବାଞ୍ଜି, (ବାଘୁଆବାର୍ତ୍ତା): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଆମ୍ବେଦର ଛକ ନିକଟରେ ଲୁଟ୍ । ଏକ ମୋବାଇଲ୍ ଦୋକାନରୁ କାନ୍ଥ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଏକ ମୋବାଇଲ୍ ଦୋକାନର ମାଲିକ ଗୁରୁବାର ସକାଳୁ ଦୋକାନ ଖୋଲିବାକୁ ଆସିଥିଲେ । ଦୋକାନ ଖୋଲି ଦେଖିଲା ବେଳକୁ ଅନେକ ଦାମୀ ମୋବାଇଲ୍ ନାହିଁ । କାନ୍ଥ ଭାଙ୍ଗି ଲୁଟ୍ ହୋଇଛି । ଏଥିରେ ପ୍ରାୟ ୪୦ ରୁ ଅଧିକ ନୂଆ ଓ ୩୫ରୁ ଅଧିକ ରିପାୟରିଂ ମୋବାଇଲ୍ ଲୁଟ୍ ହୋଇଛି । ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ମୋବାଇଲ୍ ଦୋକାନୀ କହିଛନ୍ତି । ସେପଟେ ଲୁଟ୍ ନେଇ ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହିତ ସାଇଣ୍ଟିଫିକ୍ ଟିମ୍କୁ ମଧ୍ୟ ତଦନ୍ତରେ ପୋଲିସକୁ ସହଯୋଗ କରୁଛି ।





