ପୁରୀ, (ବାଘୁଆବାର୍ତ୍ତା): ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୁରୀ ଟାଉନ ଥାନା ପୋଲିସ ଗିରଫ କରିଛି । ଦାଦାବଟି ମାଗି ପୁରୀ ସହରରେ ଆତଙ୍କରାଜ ସୃଷ୍ଟି କରିଥିଲେ । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ଚୁଡଙ୍ଗ ସାହିର ପୂର୍ଣ୍ଣଚନ୍ଦ୍ର ପୃଷ୍ଟି ଓ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ବିଶେଶ୍ବରୀ ଲେନ୍ର ସଞ୍ଜୟ ପ୍ରଧାନ । ଏହି ଦୁଇ ଅଭିଯୁକ୍ତ ବାଣୁଆ ଗଳି ନୂଆପାଟଣା ଲେନ୍ର କ୍ରୀଷ୍ଣା ବେକେରୀ ନିକଟରେ ଲୋକଙ୍କୁ ଛୁରି ଦେଖାଇ ଦାଦାବଟି ଆଦାୟ କରୁଥିଲେ । ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ଠାରୁ ଛୁରୀ, ଟଙ୍କା, ଲୁହା ଛଡ ସହ ମୋବାଇଲ ଜବତ କରିଛି ପୋଲିସ ।





