ତେଲକୋଇ, (ବାଘୁଆବାର୍ତ୍ତା): ସଂରକ୍ଷିତ ଜଙ୍ଗଲରେ ବାରହା ଶିକାର ବେଳେ ଧରାପଡିଲେ ୬ ଜଣ ଶିକାରୀ । ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍ ଅନ୍ତର୍ଗତ ଗୋଳାଗାଡିଆ ଗାଁ ନିକଟ ମାଙ୍କଡ଼ଚୁଆ ସଂରକ୍ଷିତ ଜଙ୍ଗଲରେ ବୁଧବାର ବିଳମ୍ବିତ ରାତିରେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ଲାଇନରେ ହୁକ ପକାଇ ବାରହା ଶିକାର କରାଯାଉଥିଲା । ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୧୫ ଜଣଙ୍କୁ ଧରିଥିଲେ। ତେବେ ୧୫ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ । ସେମାନଙ୍କଠାରୁ ଶିକାରରେ ବ୍ୟବହୃତ କାଚ ବୋତଲ, ଜିଆଇ ତାର ଏବଂ ରନ୍ଧା ମାଂସ ଜବତ କରାଯାଇଛି । ବିଦ୍ୟୁତ ଲାଇନରେ ବାରମ୍ବାର ହୁକ ପକାଇ ବାରହା ଶିକାର କରାଯାଉଥିବା ବେଳେ ହାତୀଙ୍କ ପାଇଁ ଏହା ବିପଦ ସୃଷ୍ଟି ହେଉଥିବା ସାଧାରଣରେ ମତ ପ୍ରକାଶ ପାଇଛି ।





