ଜଳେଶ୍ଵର, (ବାଘୁଆବାର୍ତ୍ତା): ମୟୁରଭଞ୍ଜରୁ ପଶ୍ଚିମବଙ୍ଗକୁ ପିକଅପ୍ ଭ୍ୟାନ୍ ସାହାଯ୍ୟରେ କାଠ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ। କାଠ ବୋଝେଇ ପିକଅପ ଭ୍ୟାନ୍ ଜବତ। ଦୁଇ ଗାଡି ଡ୍ରାଇଭର୍ ଅଟକ। ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୮ଟାରେ OR11G0762 ଓ OR02Q7106 ନମ୍ଵର ବିଶିଷ୍ଟ ଦୁଇଟି ପିକଅପ୍ ଭ୍ୟାନ୍ ମୟୂରଭଞ୍ଜ ଅଞ୍ଚଳରୁ ପଶ୍ଚିମବଙ୍ଗକୁ ମୂଲ୍ୟବାନ କାଠ ଚୋରା ଚାଲାଣ ହେଉଥିଲା। ଏହି ସମୟରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ୬୦ନଂ ଜାତୀୟ ରାଜପଥ ରାଜଘାଟ ନାକା ପଏଣ୍ଟ ନିକଟରେ ପୋଲିସ ଅଟକାଇଥିଲା। ଦୁଇ ଗାଡିକୁ ଯାଞ୍ଚ୍ କରିବାରୁ ବହୁ ମୂଲ୍ୟବାନ କାଠ ଜବତ ହୋଇଛି। ଏହି କାଠ ଗୁଡ଼ିକୁ ଜଳେଶ୍ଵର ବନବିଭାଗକୁ ହସ୍ତାନ୍ତର କରାଯାଇଛି। ବନ ବିଭାଗ କାଠ ବୋଝେଇ ପିକଅପ ଭ୍ୟାନକୁ ଜବତ କରିବା ସହିତ ଦୁଇ ପିକଅପ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି।





