ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଏଏସଆଇ ପୁଷ୍ପଲତା ପାଇକରାୟ ଆଜି ଜଣେ ବ୍ୟକ୍ତି ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡରେ ପଡିଥିଲେ । ୨୦୨୦ ମସିହାର ଏକ ମାମଲାକୁ ରଫାଦଫା କରିବା ପାଇଁ ଉକ୍ତ ଲାଞ୍ଚ ମାଗିଥିଲେ । ପୁଷ୍ଠଲତାଙ୍କ ଠାରୁ ସମସ୍ତ ୫ ହଜାର ଟଙ୍କା ଭିଜିଲାନ୍ସ ପକ୍ଷରୁ ଜବତ କରାଯାଇଛି । ଏ ନେଇ ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ୨୩/୨୦୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲୁ ରହିଛି । ଭିଜିଲାନ୍ସ ପକ୍ଷରୁ ବାଲିପାଟଣା ଥାନାରେ ତନାଘନା ଜାରି ରହିଛି ।





