Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟେବୁଲ ଟେନିସରେ ଭାରତକୁ ସ୍ୱର୍ଣ୍ଣ

by ସଞ୍ଜୟ ସ୍ୱାଇଁ
August 2, 2022
in Sports, WORLD
ଟେବୁଲ ଟେନିସରେ ଭାରତକୁ ସ୍ୱର୍ଣ୍ଣ
48
VIEWS
Share on FacebookShare on Twitter

ବର୍ମିଂହାମ, (ବାଘୁଆବାର୍ତ୍ତା): ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ସ୍ୱର୍ଣ୍ଣ ପଦକ ମିଳିଛି। ପୁରୁଷ ଟେବୁଲ ଟେନିସ ଟିମ୍‌ ସିଙ୍ଗାପୁରକୁ ହରାଇ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜିର ଦିନରେ ଭାରତର ଏହା ଦ୍ୱିତୀୟ ସ୍ୱର୍ଣ୍ଣ। ଏହା ପୂର୍ବରୁ ଲନ ବଲ ୱମେନ ଫୋରସରେ ଭାରତୀୟ ମହିଳା ଦଳ ଐତିହାସିକ ସ୍ୱର୍ଣ୍ଣ ଜିତିଥିଲା। ଏବେ ଭାରତୀୟ ପୁରୁଷ ଟେବୁଲ ଟେନିସ ଟିମ୍‌ ସ୍ୱର୍ଣ୍ଣ ପଦକ ହାତେଇଛି। ଟିଟି ଟିମ୍‌ ସିଙ୍ଗାପୁରକୁ ୩-୧ରେ ହରାଇ ଦେଇଛି। ୨୦୧୮ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବି ଭାରତୀୟ ଟିଟି ଟିମ୍‌ ସ୍ୱର୍ଣ୍ଣ ପଦକ ଜିତିଥିଲା। ଆଜିର ସ୍ୱର୍ଣ୍ଣ ଲଢ଼େଇର ପ୍ରଥମ ଟାଇରେ ହରମିତ ଦେଶାଇ ଓ ସାଥିୟାନ ଗଣଶେଖରନଙ୍କ ଯୋଡ଼ି ୩-୦ରେ ସିଙ୍ଗାପୁରର ୟୋଙ୍ଗ ଇଜାକ କ୍ୟୁ ଓ ୱା ପାଙ୍ଗଙ୍କୁ ହରାଇଥିଲେ। ତେବେ ଦ୍ୱିତୀୟ ଟାଇରେ ଅଭିଜ୍ଞ ଶରତ କମଲ ୩-୧ ସେଟରେ ହାରି ଯାଇଥିଲେ। ଫଳରେ ସ୍ଥିତି ୧-୧ରେ ବରାବର ହୋଇ ଯାଇଥିଲେ। ଏହାପରେ ସାଥିୟାନ ନିଜର ଏକକ ବର୍ଗରେ ଦମଦାର ପ୍ରଦର୍ଶନ କରି ୩-୧ରେ ଟାଇକୁ ଜିତି ପୁଣି ଭାରତକୁ ଆଗୁଆ କରି ଦେଇଥିଲେ। ୪ର୍ଥ ଟାଇରେ ଦେଶାଇଙ୍କ ମୁକାବିଲା ଶରତ କମଲଙ୍କୁ ହରାଇଥିବା ଝେ ଚେୱିଙ୍କ ସହ ହୋଇଥିଲା। କିନ୍ତୁ ଦେଶାଇ ନିଜର ଜଲୱା ଦେଖାଇ ତାଙ୍କୁ ୩-୦ରେ ପରାସ୍ତ କରି ଦେଇଥିଲେ। ଏଥିସହ ଆଉ ଗୋଟିଏ ଟାଇ ପୂର୍ବରୁ ହିଁ ଭାରତୀୟ ଟିମ୍‌ ସ୍ୱର୍ଣ୍ଣ ପଦକୁ କବଜା କରି ନେଇଥିଲା। ଏହାକୁ ମିଶାଇ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଏଥିରେ ୫ ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ରହିଛି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!