Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଳାକନା ବୁଲାଇଲେ ଲୁଟେରା

by ସଞ୍ଜୟ ସ୍ୱାଇଁ
August 2, 2022
in Crime, Nayagarh, State
କଳାକନା ବୁଲାଇଲେ ଲୁଟେରା
539
VIEWS
Share on FacebookShare on Twitter

ନୟାଗଡ, (ବାଘୁଆବାର୍ତ୍ତା): ଆସନ୍ତା ମାସ ହୋଇଥାନ୍ତା ଗୋଟିଏ ବୋଲି ଅଲିଅଳି ଝିଅ ବାହାଘର । ପଡ଼ିଥାନ୍ତା ହାତଗଣ୍ଠି। ନିଜ ଝିଅକୁ ସୁନାଗହଣାରେ ସଜାଇବା ପାଇଁ ୫ ଲକ୍ଷରେ ଅଳଙ୍କାର କିଣିଥିଲେ ବାପା । କ୍ୟାସ୍‌ ବି ୯୦ ହଜାର ରଖିଥିଲେ। ହେଲେ ଆଖି ପିଛୁଳାକେ ସବୁ ସ୍ୱପ୍ନ ଚୁରମାର ହୋଇଗଲା। ଦିନ ଦ୍ୱିପ୍ରହରରେ ଘରେ ୪ ଲୁଟେରା ପଶି କଳାକନା ବୁଲାଇ ଦେଲେ। ଏବେ କିପରି ଝିଅ ବାହାଘର କରିବୁ, କ’ଣ ଦେବୁ ବୋଲି ମୁଣ୍ଡ ପିଟି କାନ୍ଦୁଛନ୍ତି ବାପାମା’ । ଏପରି ଘଟଣା ଆଜି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ରେ ଘଟିଛି। ଲୁଟ୍‌ର ଶିକାର ହୋଇଛନ୍ତି ଫତେଗଡ଼ ବିଜୟ ନଗରର ଜଗନ୍ନାଥ ବେହେରା । ଜଗନ୍ନାଥ ଚାଷବାସ କରି ପରିବାର ଚଳାନ୍ତି। ସେଥିରୁ କିଛି କିଛି ସଞ୍ଜୟ କରି ଝିଅ ବାହାଘର ଧୁମଧାମରେ କରିବେ ବୋଲି ଭାବିଥିଲେ। ଏକ ମାତ୍ର ଝିଅକୁ ଦେବାକୁ ୫ ଲକ୍ଷର ଅଳଙ୍କାର କିଣି ଘରେ ରଖିଥିଲେ।ହେଲେ ଆଜି ମଧ୍ୟାହ୍ନ ସମୟରେ ହଠାତ୍‌ ୪ ଦୁର୍ବୃତ୍ତ ୨ଟି ବାଇକ୍‌ରେ ଆସି ତାଙ୍କ ଘରେ ପହଞ୍ଚିଲେ। ସେମାନେ ପରିବାର ସଦସ୍ୟଙ୍କ ମୁଣ୍ଡରେ ବନ୍ଧୁକ ରଖି ଗୋଟିଏ ରୁମ୍‌ରେ ପଶାଇଦେଲେ। ଏହାପରେ ଜଣେ ସଦସ୍ୟଙ୍କୁ ଧରି କେଉଁଠି କେଉଁଠି ସୁନାଗହଣା ଅଛି ପଚାରିଥିଲେ। ଏହାପରେ ଅନାୟସରେ ଘରୁ ସବୁ ଟଙ୍କା, ଅଳଙ୍କାର ଲୁଟ୍‌ କରି ନେଇଥିଲେ। ପ୍ରାୟ ୨୦ ମିନିଟ୍‌ ଧରି ଏହି ଲୁଟତରାଜ ଚାଲିଥିବା ବେଳେ ଅସହାୟ ଓ ଭୟଭୀତ ହୋଇ ପଡ଼ିଥିଲେ ଜଗନ୍ନାଥଙ୍କ ପରିବାର ସଦସ୍ୟ । ଲୁଟେରେମାନେ ନିଜ ମୁହଁକୁ କଳା କପଡ଼ାରେ ବାନ୍ଧିଥିବା ବେଳେ ସେମାନଙ୍କୁ ଚିହ୍ନି ପାରି ନାହାନ୍ତି ପରିବାର ଲୋକେ । ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଲୁଟେରାଙ୍କ ଟେର ପାଇପାରିନି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!