ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଆଜି ନୟାଗଡ଼ ରକ୍ତଭଣ୍ଡାର ଓ ଓଡ଼ଗାଁ ପଲିଟେକନିକ୍ କଲେଜ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜୀବନ ବିନ୍ଦୁ ଆନୁକୂଲ୍ୟରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ଯୁବ ବିଜୁ ଜନତା ଦଳ ଓ ଛାତ୍ର ବିଜୁ ଜନତା ଦଳ ପରିଚାଳନା କରିଥିଲେ । ଏଥି ସହିତ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିର ଓ ଫଳ ବଣ୍ଟନ କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ଜିଲ୍ଲା ଯୁବ ବିଜେଡି ସଭାପତି ରମେଶ କୁମାର ସାହୁ, ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡା, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ନୟାଗଡ଼ ପୈାର ପରିଷଦ ବିଜେଡି ସଭାପତି ଅମୁଲ୍ୟ ମହାନ୍ତି, ବ୍ଲକ ବିଜେଡି ସଭାପତି ଅଜିତ ସାହୁ, ବ୍ଲକ ଉପାଧ୍ୟକ୍ଷ ସୁବାସ କହଁର, କୃଷକ ନେତା ଜଗନ୍ନାଥ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାଳତୀ ଗୁରୁ ପ୍ରମୂଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଦିନରେ ନୟାଗଡ଼ଠାରେ ଆୟୋଜିତ ରକ୍ତଦାନ ଶିବିରରେ ୧୬୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଓଡ଼ଗାଁଠାରେ ୧୦୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଯୁବ ସଂଗଠକ ଦୁର୍ଯ୍ୟୋଧନ ବେହେରା ପ୍ରକାଶ କରିଛନ୍ତି ।






