Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଇଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ, ଜଣେ ଆରଆଇ, ଜଣେ କିରାଣୀଙ୍କୁ ଧରିଲା ଭିଜିଲାନ୍ସ

by ସଞ୍ଜୟ ସ୍ୱାଇଁ
August 2, 2022
in Crime, State
ଦୁଇଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ, ଜଣେ ଆରଆଇ, ଜଣେ କିରାଣୀଙ୍କୁ ଧରିଲା ଭିଜିଲାନ୍ସ
111
VIEWS
Share on FacebookShare on Twitter

ଖୋର୍ଦ୍ଧା/ବାଲେଶ୍ୱର, (ବାଘୁଆବାର୍ତ୍ତା): ମୃତ୍ୟୁ ସାର୍ଟିଫିକେଟ କରାଇଦେବାକୁ ନେଉଥିଲେ ଲାଞ୍ଚ। ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତରଖାନା କିରାଣୀ ଓ ଆରଆଇ। ଆଜି ଏହି ଦୁଇଟି ଘଟଣା ଭିନ୍ନଭିନ୍ନ ସ୍ଥାନରେ ଘଟିଛି। ଗୋଟିଏ ଖୋର୍ଦ୍ଧାରେ ଘଟିଥିବା ବେଳେ ଅନ୍ୟଟି ବାଲେଶ୍ୱରରେ ଘଟିଛି। ଗିରଫ ଦୁଇଜଣଙ୍କ ଭିତରୁ ଜଣେ ହେଲେ ଖୋର୍ଦ୍ଧା ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କିରାଣୀ ଅନୁପ ଶତପଥୀ। ଅନ୍ୟଜଣକ ହେଲେ ବାଲେଶ୍ୱର ସଦର ବଇଞ୍ଚା ରାଜସ୍ୱ କାର୍ୟ୍ୟାଳୟର ଆରଆଇ ଡଲି ସେଠୀ। ସୂଚନା ମୁତାବକ, ଖୋର୍ଦ୍ଧାରେ ଧରାପଡ଼ିଥିବା ଲାଞ୍ଚୁଆ କିରାଣୀ ଅନୁପ ଶତପଥୀ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ ଏହି କିରାଣୀଙ୍କ ଲାଞ୍ଚ ମାଗିଥିଲେ। ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲା। ଉକ୍ତ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ, ସ୍ୱର୍ଗତ ତାଙ୍କ ଜେଜେ ବାପା ଓ ଜେଜେ ମା’ଙ୍କ ନାମରେ ଥିବା ଜମିକୁ ବିକ୍ରିଖରିଦ କରିବା ନିମନ୍ତେ ମୃତ୍ୟୁ ପ୍ରମାଣପତ୍ର ଆବଶ୍ୟକ ପଡ଼ିଥିଲା। ତେଣୁ ସେ ସ୍ୱର୍ଗତ ତାଙ୍କ ଜେଜେ ବାପା ଓ ଜେଜେ ମା’ଙ୍କ ମୃତ୍ୟୁ ପ୍ରମାଣପତ୍ର ନିମନ୍ତେ ଆବେଦନ କରିଥିଲେ। ତେବେ ଏହି ପ୍ରମାଣପତ୍ର ଜାରି କରିବା ନିମନ୍ତେ ଏହି କରାଣୀ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ସେ ଭିଜିଲାନ୍ସରେ ଜଣାଇଥିଲେ। ଯୋଜନା ମୁତାବକ ଆଜି ପ୍ରଲେପ ଦିଆଯାଇଥିବା ୫ ହଜାର ଟଙ୍କା ଅଭିଯୋଗକାରୀ ଦେବାକୁ ଯାଇଥିଲେ। କିରାଣୀ ଜଣକ ଏହି ଟଙ୍କା ଖୁବ୍ ଖୁସୀରେ ରଖିଥିଲେ। ପରେ ଭିଜିଲାନ୍ସ ଚଢ଼ାଉ କରି ଏହି ଟଙ୍କା ଜବତ କରିଛି। ଭିଜିଲାନ୍ସ ପକ୍ଷରୁ ଏ ନେଇ ଏକ ମାମଲା ରୁଜୁ କରାଯିବା ସହ ଲାଞ୍ଚୁଆ କିରାଣୀଙ୍କୁ ପଚରାଉଚରା କରାଯାଉଛି। ମାମଲାର ଅଧିକ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ବଇଞ୍ଚା ରାଜସ୍ୱ କାର୍ୟ୍ୟାଳୟର ଆରଆଇ ଡଲି ସେଠୀ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି। ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ନିଶ୍ଚିନ୍ତ ଗ୍ରାମରେ ପାଣିରେ ବୁଡି ମୃତ୍ୟୁ ହୋଇଥିବା ଦୀନବନ୍ଧୁ ବେହେରାଙ୍କ ପୁଅର ମୃତ୍ୟୁ ସାର୍ଟିଫିକେଟ ଆବେଦନର ଯାଞ୍ଚ ରିପୋର୍ଟ ଦେବାପାଇଁ ଏହି ଆରଆଇ ୫୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଦୀନବନ୍ଧୁ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ସେ ଆଜି ଡଲିଙ୍କୁ ପ୍ରଲେପ ଦିଆଯାଇଥିବା ଟଙ୍କା ଲାଞ୍ଚ ଦେଇଥିଲେ। ପରେ ଭିଜିଲାନ୍ସ ଚଢ଼ାଉ କରି ଏହି ଟଙ୍କା ଜବତ କରିଛି। ଆଇଆଇଙ୍କ ବାନ୍ଧି ଆଣି ପଚରାଉଚରା କରୁଛି। ଏନେଇ ଭିଜିଲାନ୍ସ ଏକ ମାମଲା କରି ଅଧିକ ଖୋଳାତାଡ଼ ଜାରି ରଖିଛି। ଆରଆଇ ଡଲି ୫.୫୦ ଲକ୍ଷ ଟଙ୍କା ସରକାରୀ ସହାୟତା କରାଇ ଦେବାକୁ ୫୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପର୍ୟ୍ୟାୟରେ ଆଜି ଦୀନବନ୍ଧୁ ୧୦ ହଜାର ଟଙ୍କା ଦେଉଥିଲେ। ଏହି ସମୟରେ ଭିଜିଲାନ୍ସ ଜାଲରେ ଏହି ଲାଞ୍ଚୁଆ ଆରଆଇ ଧରାପଡ଼ିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!