Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନଗ୍ନ ଭିଡିଓ କଲ୍‌ରେ ବାୟା ଇଞ୍ଜିନିୟର, ୨୫ ଲକ୍ଷ ଲୁଟିନେଲେ

by ସଞ୍ଜୟ ସ୍ୱାଇଁ
August 1, 2022
in Crime, State
ନଗ୍ନ ଭିଡିଓ କଲ୍‌ରେ ବାୟା ଇଞ୍ଜିନିୟର, ୨୫ ଲକ୍ଷ ଲୁଟିନେଲେ
289
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆପଣଙ୍କ ପାଖକୁ ଆସୁଛି କି ନଗ୍ନ ନାୟିକା ନ୍ୟୁଡ୍‌ ଭିଡିଓ କଲ୍‌? ସାବଧାନ, ନଗ୍ନ ଭିଡିଓ କଲ୍‌ କରି ଠକୁଛନ୍ତି ସାଇବର ଠକ। ଆଉ ଏଥିରେ ଫସିଛନ୍ତି ଜଣେ ଇଞ୍ଜିନିୟର। ଏପରି ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରରୁ। ଠକାମୀର ଶିକାର ହୋଇଥିବା ଇଞ୍ଜିନିୟର ଜଣକ ଏନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ସାଇବର ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ନଗ୍ନ ନାୟିକା ଜଣକ ବିଏସ୍‌ଏନ୍‌ଏଲ୍‌ ଇଞ୍ଜିନିୟରଙ୍କ ପାଖକୁ ହ୍ୱାଟ୍ସଆପ୍‌ରେ ହାଏ ଲେଖି ପଠାଇଥିଲେ। ଇଞ୍ଜିନିୟର ଜଣକ ଉକ୍ତ ଆକାଉଣ୍ଟକୁ ଯାଞ୍ଚ ନକରି ତାଙ୍କ ସହିତ ଭିଡିଓ ଚାଟ୍‌ କରିଥିଲେ। କଥାବାର୍ତ୍ତା କିଛି ସମୟ ପରେ ତାଙ୍କ ପାଖକୁ ଏକ ନଗ୍ନ ଭିଡିଓ ଆସିଥିଲେ। ସେଥିରେ ଇଞ୍ଜିନିୟରଙ୍କ ଭିଡିଓ ଚାଟ୍‌କୁ ଜଣେ ନାୟିକାଙ୍କ ନଗ୍ନ ଭିଡ଼ିଓ ସହିତ ଆଟାଚ୍‌ କରାଯାଇଥିବା ଦେଖିବାକୁ ମିଳିଥିଲା। ସେହି ଭିଡିଓ ଦେଖିବା ପରେ ଇଞ୍ଜିନିୟରଙ୍କ ଅକଲ ଗୁଡ଼ୁମ୍‌ ହୋଇ ଯାଇଥିଲା। ଲୋକ ଲଜ୍ଜ୍ୟା ଭୟରେ କାହାକୁ କିଛି ନକହି ଚୁପ୍‌ ରହିଥିଲେ। ତା’ପର ଦିନ ବିଏସ୍‌ଏନ୍‌ଏଲ୍‌ ଇଞ୍ଜିନିୟରଙ୍କ ପାଖକୁ ଗୋଟିଏ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ନିଜକୁ ବିକ୍ରମ ରାଠୋର ବୋଲି କହିଥିଲେ। ସେ ନିଜକୁ ସିବିଆଇ ଅଫିସର ପରିଚୟ ଦେଇଥିବା ବେଳେ ଘର ଦିଲ୍ଲୀରେ ବୋଲି ପରିଚୟ ଦେଇଥିଲେ। ଏହାପରେ ସେହି ନଗ୍ନ ଭିଡିଓ ଦେଖାଇ ଇଞ୍ଜିନିୟରଙ୍କୁ ବ୍ଲାକ୍‌ମେଲ୍‌ କରିଥିଲେ। ଲୋକ ଲଜ୍ଜ୍ୟା ଭୟରେ ଇଞ୍ଜିନିୟର ଜଣକ ତାଙ୍କ ପାଖକୁ ଟଙ୍କା ପଠାଇଥିଲେ। ବିଭିନ୍ନ କିସ୍ତିରେ ଇଞ୍ଜିନିୟର ଜଣକ ୨୫ ଲକ୍ଷ ଟଙ୍କା ପଠାଇଥିବା ଜଣାପଡ଼ିଛି। ତେବେ ସ୍ଥିତି ଅଣାୟତ ହେଉଥିବା ଦେଖି ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ ଈଝଘଖ ଇଂଜିନିୟର। ଅଭିଯୋଗକୁ ଭିତ୍ତି କରି ସାଇବର ଥାନା ପୁଲିସ ମାମଲା ରୁଜୁ କରି ଇଞ୍ଜିନିୟରଙ୍କ ମୋବାଇଲ୍‌ରେ ଥିବା ସବୁ ଆକାଉଣ୍ଟକୁ ବନ୍ଦ କରିଛନ୍ତି। ଏଥିସହ କଲ୍‌ କେଉଁଠୁ ଆସୁଥିଲା? ତାହା ଉପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ରାଜଧାନୀରେ ହେଉଥିବା ସାଇବର ଠକେଇ ମଧ୍ୟରୁ ୩୦ ପ୍ରତିଶତ ଲୋକ ନ୍ୟୁଡ୍‌ କଲ ଯୋଗୁ ଠକେଇର ଶିକାର ହେଉଥିବା ସାଇବର ଥାନାର ସୂଚନା ମିଳିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!