ଯାଜପୁର, (ବାଘୁଆବାର୍ତ୍ତା): ବିଭିନ୍ନ ସୁନାଦୋକାନରେ ପିଓଏସ ସ୍ବାଇପ ମେସିନ ଲଗାଇ ୫୪ ଲକ୍ଷ ଟଙ୍କା ଠକେଇ ଘଟଣାର ପୋଲିସ ପର୍ଦ୍ଦାଫାସ କରିଛି । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ସୁନିଲ ନାୟକ ସହ ତାଙ୍କର ତିନି ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୧୦ ଲକ୍ଷ ଟଙ୍କା, ୬୩ ଟି ଏଟିଏମ କାର୍ଡ, ୨୭ ଟି ଚେକ ବୁକ, ୪୬ ଟି ସିମ କାର୍ଡ ସହ ଅନେକ ବ୍ୟବହାର୍ୟ୍ୟ ସାମଗ୍ରୀ ପୋଲିସ ଜବତ କରିଛି । ଭୁବନେଶ୍ୱର ସ୍ଥିତ ସୃଜନ ଇନଫୋଟେକ ସଂସ୍ଥା ଖୋଲି ପେଟିଏମର ଫ୍ରାଞ୍ଚାଇଜ ଆଣି ବିଭିନ୍ନ ସୁନା ଦୋକାନରେ ସ୍ବାଇପମେସିନ ଲଗାଇଥିଲେ। ଏହାରି ମାଧ୍ୟମରେ ୫୪ ଲକ୍ଷ ଟଙ୍କା ଠକି ନେଇଥିଲେ। ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଏହାର ତଦନ୍ତ କରି ପୂର୍ବରୁ ମିନତି ନାୟକଙ୍କୁ ଗିରଫ କରିଥିଲା। ସୋମବାର ତାଙ୍କ ସ୍ବାମୀ ସ୍ୱାମୀ ସୁନିଲ ନାୟକଙ୍କ ସହ ତିନି ସହଯୋଗୀ ଗିରଫ କରାଯାଇଥିବା ଯାଜପୁର ଏସ୍ଡିପିଓ ସୂଚନା ଦେଇଛନ୍ତି ।





