ଜଗତସିଂହପୁର, (ବାଘୁଆବାର୍ତ୍ତା): ଜଗତସିଂହପୁର ଜିଲା ସଦର ଥାନା ତରଡାପଡ଼ା ମଜୁରାଇରେ ଠାରେ ଗୁଳିକାଣ୍ଡରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନେ ହେଲେ ମଜୁରାଇ ଗାଁର ପୀତବାସ ଦାସ ଓ ଅବିନାଶ ଦାସ। ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପ୍ରଥମେ ଜଗତସିଂହପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଗୁଳିକାଣ୍ଡ ଘଟାଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ଭଦ୍ରକ ଅଞ୍ଚଳର ଚନ୍ଦ୍ର ମଣି ପରିଡା । ସେ ମଜୁରାଇ ଠାରେ ଘର କରି ବ୍ୟାଙ୍କ ସିକ୍ୟୁରୀଟି ଭାବରେ କାର୍ୟ୍ୟ କରି ରହି ଆସୁଛନ୍ତି । ଗୁଳିମାଡରେ ଆହତ ହୋଇଥିବା ପୀତବାସ ଓ ଅବିନାଶ ଉଭୟ ଚନ୍ଦ୍ରମଣି ଙ୍କ ସମ୍ପର୍କୀୟ ବୋଲି ଜଣାଯାଇଛି । ଖବର ପାଇ ସଦର ପୋଲିସ ଘଟଣାର ତଦନ୍ତ କରିବା ସହ ଗୁରୁତର ମାନଙ୍କୁ କଟକ ସ୍ଥାନାନ୍ତର କରିବା ସହ ଅଭିଯୁକ୍ତ ଚନ୍ଦ୍ରମଣି କୁ ଗିରଫ କରିଛି । ତେବେ ଗୁଳି କାଣ୍ଡର ସଠିକ କାରଣ ସ୍ପଷ୍ଟ ଜଣାପଡି ନାହିଁ।





