Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆପ୍‌ ନେତାଙ୍କୁ ଗୁଳି କରି ହତ୍ୟା

by ସଞ୍ଜୟ ସ୍ୱାଇଁ
August 1, 2022
in Crime, NATIONAL NEWS
ଆପ୍‌ ନେତାଙ୍କୁ ଗୁଳି କରି ହତ୍ୟା
66
VIEWS
Share on FacebookShare on Twitter

ଚଣ୍ଡିଗଡ, (ବାଘୁଆବାର୍ତ୍ତା): ଆପ୍‌ ନେତାଙ୍କୁ ଗୁଳି କରି ହତ୍ୟା। ପଞ୍ଜାବ ମାଲେରକୋଟଲାରେ ଆମ୍‌ ଆଦମୀ ପାର୍ଟି ନେତା ମହମ୍ମଦ ଅକବର ଜିମ୍‌ରେ ଏକ୍ସରସାଇଜ କରୁଥିବା ବେଳେ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ପୂରା ଘଟଣା ସିସିଟିଭିରେ କଏଦ ହୋଇଛି। ତେବେ ଏଯାଏଁ ଏହି ଘଟଣାର ଅଭିଯୁକ୍ତ ଗିରଫ ହୋଇପାରିନାହିଁ। ମହମ୍ମଦ ଅକବର ଆମ୍‌ ଆଦମୀ ପାର୍ଟିର ମ୍ୟୁନିସିପାଲ କାଉନସିଲର ଥିଲେ। ମଲେରକୋଟଲାର ବରିଷ୍ଠ ପୁଲିସ ଅଧିକ୍ଷକ ଅବନୀତ କୌର ସିଦ୍ଧୁଙ୍କ କହିବାନୁସାରେ, ମହମ୍ମଦଙ୍କୁ ଅତି ନିକଟରୁ ଗୁଳି କରାଯାଇଛି। ସିସିଟିଭି ଫୁଟେଜ୍ ମୁତାବକ, ମହମ୍ମଦ ଅକବର କିଛି ସମୟ ଜିମରେ ଏକ୍ସରସାଇଜ୍ କରିବା ପରେ ଦୁଇ ଜଣ ବ୍ୟକ୍ତି ଜିମ ଭିତରକୁ ଆସିଥିଲେ। ଜିମ ଭିତରେ ମହମ୍ମଦ କଥାବାର୍ତ୍ତା ହୋଇ ତାଙ୍କ ନିକଟକୁ ଆସୁଥିଲେ ଏହି ସମୟରେ ହିଁ ତାଙ୍କ ଭିତରୁ ଜଣେ ମହମ୍ମଦଙ୍କ ଉପରକୁ ଗୁଳି ଚଳାଇ ସେଠାରୁ ତୁରନ୍ତ ଫେରାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଆପ୍‌ ନେତାଙ୍କ ମୃତ୍ୟୁ ହୋଇଥିଲା। ସିସିଟିଭି ଫୁଟେଜକୁ ଆଧାର କରି ଯାଞ୍ଚ ଚାଲିଛି। ଅଭିଯୁକ୍ତଙ୍କୁ ଖୋଜା ଜାରି ରହିଛି। ସେମାନଙ୍କୁ ଗିରଫ ପାଇଁ ବିଭିନ୍ନ ଚଢାଉ କରାଯାଉଥିବା ମଲେରକୋଟଲାର ପୁଲିସ ଅଧିକ୍ଷକ କହିଛନ୍ତି। ପ୍ରାରମ୍ଭିକ ତଦନ୍ତରେ ଜଣାପଡିଛି ଯେ, ମହମ୍ମଦଙ୍କୁ ହତ୍ୟା ନେଇ ପୂର୍ବରୁ ଷଡଯନ୍ତ୍ର କରାଯାଇଥିଲା। ବ୍ୟକ୍ତିଗତ କାରଣ ପାଇଁ ତାଙ୍କୁ ହତ୍ୟା କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!