Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟସ୍ତରୀୟ ନାଟକ ମହୋତ୍ସବ,ଚତୁର୍ଥ ସଂନ୍ଧ୍ୟାରେ ‘ଲାଲ୍ ପାଏନ୍‌’

by ସଞ୍ଜୟ ସ୍ୱାଇଁ
March 4, 2020
in Entertainment
ରାଜ୍ୟସ୍ତରୀୟ ନାଟକ ମହୋତ୍ସବ,ଚତୁର୍ଥ ସଂନ୍ଧ୍ୟାରେ ‘ଲାଲ୍ ପାଏନ୍‌’
62
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଜିଲ୍ଲା ସଂସ୍କୃତି ପରିଷଦ ଏବଂ ନାଟ୍ୟଧାରା ଆୟୋଜିତ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ୨୦୨୦ ଚତୁର୍ଥ ଦିବସ ଆଜି ପଠାଣି ସାମନ୍ତ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଆଜିର ସଂନ୍ଧ୍ୟାରେ ଉଦଘାଟକ ଭାବେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ, ନାଟ୍ୟକାର ଡ. ବିଜୟ କୁମାର ଶତପଥୀ ଯୋଗ ଦେଇଥିଲେ । ନୟାଗଡ଼ ମାଟି ମଞ୍ଚ ନାଟକ ପାଇଁ ଆଗାମୀ ଦିନରେ ପ୍ରସିଦ୍ଧ ହେବାକୁ ଯାଉଥିବା ନେଇ ଅତିଥି ମାନେ ବକ୍ତବ୍ୟରେ କହିବା ସହ ଏହି ମାଟିରେ ଅନେକ ମଂଚ କଳାକାର ଜନ୍ମ ଗ୍ରହଣ କରି ନାଁ କମାଇଛନ୍ତି । ଚତୁର୍ଥ ଦିବସରେ ବେଲପାହାଡ଼ର ନାଟ୍ୟ ଅନୁଷ୍ଠାନ ମିରର୍ ଥିଏଟର ଦ୍ୱାରା ପରିବେଷିତ ହୋଇଥିଲା ନାଟକ ‘ଲାଲ୍ ପାଏନ୍‌’ । ନାଟ୍ୟକାର ସୁବାସ ଚନ୍ଦ୍ର ପ୍ରଧାନଙ୍କ ରଚିତ ଓ ନିର୍ଦ୍ଦେଶିତ ଏହି ନାଟକକୁ ଦର୍ଶକ ବେଶ ଉପଭୋଗ କରିଥିବା ବେଳେ ଏହି ନାଟକଟିରେ ମହାନଦୀ ମୁହାଣରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ଉପକୂଳ ବର୍ତ୍ତୀ ଜିଲ୍ଲାରେ ଅନେକ କ୍ଷୟକ୍ଷତି ହୋଇଥିବାର ଚିତ୍ର ଦେଖିବାକୁ ମିଳିଛି । ଏଥିସହିତ ଏହି ବିପର୍ଯ୍ୟୟରୁ ବଂଚିବା ପାଇଁ ହୀରାକୁଦ ନଦୀବନ୍ଧ ଯୋଜନାର ଋପ ନିଆଗଲା । ଏହା ଦ୍ୱାରା ସମ୍ବଲପୁର, ସୁନ୍ଦରଗଡ଼, ଝାରଶୁଗୁଡ଼ା ଓ ବରଗଡ଼ ଭଳି ଜିଲ୍ଲାର ଅନେକ ଗ୍ରାମ, ଘରଡିହ, ଭିଟାମାଟି, ମନ୍ଦିର, ସ୍ମଶାନ ହରାଇ ଜନସାଧାରଣ ବିସ୍ଥାପିତ ହେଲେ । ଏହା ସହିତ ସରକାର ଭୂଅର୍ଜ୍ଜନ ଆଇନକୁ ବିଲୋପ କରି ସ୍ୱତନ୍ତ୍ର ଭୂଅର୍ଜ୍ଜନ ଆଇନ ୧୯୮୪ କରାଗଲା । ଏହି ଆଇନ ଦ୍ୱାରା ଜନସାଧାରଣ ଏକ ଏଳର ପିଛା ୧୦ରୁ ୧୫ଟଙ୍କା କ୍ଷତି ସହିଲେ । ପ୍ରବଳ ଜନ ବିରୋଧ ହେଲା କିନ୍ତୁ ବନ୍ଧ ନିର୍ମାଣ ହେଲା । ଯେଉଁମାନେ ଜମି ହରାଇଲେ ସେମାନଙ୍କୁ ଭିକ ଦେଲା ପରି ଅଳ୍ପ କିଛି ଅର୍ଥ ଧରାଇ ଦିଆଗଲା । ଯେଉଁମାନେ ଭୂମିହୀନ ସେମାନେ ତଡ଼ା ଖାଇଲେ । ହଜାର ହଜାର ବିସ୍ଥାପିତ ଲୋକ କ୍ଷତିପୂରଣ ପାଇବାରୁ ବଂଚିତ ହେଲେ । ହଜାର ହଜାର ଲୋକଙ୍କ ରକ୍ତରୁ ଶୋଷି ନିଆ ହୋଇଥିବା ଲାଲ୍ ପାଏନ୍ ଅର୍ଥାତ ଲାଲପାଣି ଏହି ନାଟକର ମୁଖ୍ୟ ସାଂରାଶ ହୋଇଥିବା ବେଳେ ଏହା ଦର୍ଶକଙ୍କ ମନ କିଣିନେଇଛି । ନାଟ୍ୟଧାରାର ସଭାପତି ପ୍ରମୋଦ ପଟ୍ଟନାୟକ, ନିର୍ଦ୍ଦେଶକ ଡ. ବିଜୟ କୁମାର ଚୈାଧୁରୀ ଏବଂ ସଂପାଦକ ଲକ୍ଷ୍ମୀଧର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ହେଉଥିବା ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୭ ତାରିଖରେ ଉଦଯାପିତ ହେବ ବୋଲି ଜଣାପଡ଼ିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!