Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖୋର୍ଦ୍ଧାରୁ ମୁକ୍ତ ହେବ ବେଆଇନ ଖଣି ଓ ବ୍ରାଉନ ସୁଗାର, ଦକ୍ଷତା ଦେଖାଉଛି ସ୍ୱତନ୍ତ୍ର ସ୍କ୍ୱାଡ

by ସଞ୍ଜୟ ସ୍ୱାଇଁ
July 31, 2022
in Crime, State
ଖୋର୍ଦ୍ଧାରୁ ମୁକ୍ତ ହେବ ବେଆଇନ ଖଣି ଓ ବ୍ରାଉନ ସୁଗାର, ଦକ୍ଷତା ଦେଖାଉଛି ସ୍ୱତନ୍ତ୍ର ସ୍କ୍ୱାଡ
78
VIEWS
Share on FacebookShare on Twitter

ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ଖୋର୍ଦ୍ଧା ଜିଲ୍ଲାରୁ କିପରି ବେଆଇନ ଖଣି ଓ ବ୍ରାଉନ ସୁଗାର ମୁକ୍ତ ହେବ ସେଥିପାଇଁ ଖୋର୍ଦ୍ଧା ପ୍ରଶାସନ ପକ୍ଷରୁ ନିଆଯାଇଛି ଅନେକ ପଦକ୍ଷେପ । ଜିଲ୍ଲାପାଳ ଦୁଦର୍ଶନ ଚକ୍ରବର୍ତ୍ତୀ, ଆରକ୍ଷ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ, ଉପଜିଲ୍ଲାପାଳ ଗୌରବ ଓ ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଗଠନ ହୋଇଛି ସ୍ୱତନ୍ତ୍ର ସ୍କ୍ୱାଡ । ଏହି ସ୍କ୍ୱାଡ ସ୍ୱତନ୍ତ୍ର ଭାବେ ବେଆଇନ ଖଣି ଓ ବ୍ରାଉନ ସୁଗାର ଉପରେ ନଜର ରଖିଛି । ଏକ ମାସ ଭିତରେ ଅନେକ ବେଆଇନ ଖଣିରୁ ଅନେକ ଯନ୍ତ୍ରାଂଶ ଜବତ କରିବା ସହ ୨୦୦ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ଧରିବାରେ ସ୍ୱତନ୍ତ୍ର ସ୍କ୍ୱାଡ ସଫଳ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ଥିବା ବେଆଇନ ଖଣି ଉପରେ ଚଢ଼ାଉ କରାଯାଇଛି । କମାଗୁରୁ, ବଡ଼ପୋଖରିଆ, ମଳିପଡା, ଓରଙ୍ଗା ପରି ଖଣି ଉପରେ ଚଢ଼ାଉ କରାଯାଇ ୭ ଗୋଟି ଜେସିବି, ୨୨ ଗୋଟି ଟ୍ରାକ୍ଟର ବହୁ ପରିମାଣର କଟର ମେସିନ ଜବତ କରାଯାଇଛି । ଏଥି ସହିତ ୧୫ ରୁ ଅଧିକ ଖଣି ମାଫିଆଙ୍କୁ ଗିରଫ କରିବାରେ ସ୍ୱତନ୍ତ୍ର ସ୍କ୍ୱାଡ ସଫଳ ହୋଇଛି । ଏକ ମାସ ଭିତରେ ୫ ଗୋଟି ବ୍ରାଉନ ସୁଗାର କେସ କରାଯାଇଛି । ଗତ କାଲି ଜଙ୍କିଆ ଥାନା ଓରଙ୍ଗା ବେଆଇନ ଖଣି ଉପରେ ଚଢ଼ାଉ କରାଯାଇ ୩ ଗୋଟି ଜେସିବି, ୪ ଗୋଟି ପାୱାର ଟେଲର, ୨ ଗୋଟି ଟ୍ରାକ୍ଟର ଜବତ କରାଯାଇ ୨ ଜଣ ଆସାମୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଯାହାକି ଖୋର୍ଦ୍ଧା ଆରକ୍ଷ ଅଧୀକ୍ଷକଙ୍କ ଟିଉଟର ଆକାଉଣ୍ଟରୁ ଜଣା ପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!