କଣ୍ଟାବାଞ୍ଜି, (ବାଘୁଆବାର୍ତ୍ତା): ପ୍ରେମିକା କୁ ହତ୍ୟା କରି ପ୍ରେମିକ ପୋତି ଦେଇଥିଲା । ଶନିବାର ପୋତି ଦେଇଥିବା ସ୍ଥାନ ପ୍ରେମିକ ଦେଖାଇଲା ପରେ ତୁରେକେଲା ଥାନା ଖରଲୀ ଗାଁର ଜଙ୍ଗଲ ଭିତରୁ ମୃତଦେହ ପୋଲିସ ଉଦ୍ଧାର କରିଛି । ଏହି ଘଟଣାରେ ପ୍ରେମିକଙ୍କୁ ପୋଲିସ ଗିରଫ କରିଛି। ତେବେ ପ୍ରେମିକଙ୍କ ବାପାକୁ ଗିରଫ କରିବା ଦାବି ନେଇ ପ୍ରେମିକାଙ୍କ ପରିବାର ଲୋକ ଥାନା ଘେରାଉ କରିଛନ୍ତି। ଜଣେ ନାବାଳିକା ନିଖୋଜ ଥିବା ତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ସେହି ଗାଁର ଜଣେ ଯୁବକଙ୍କ ସହ ନାବାଳିକାଙ୍କ ପ୍ରେମ ସଂପର୍କ ଥିଲା । ପୋଲିସ ତଦନ୍ତ କରି ଏହି ମାମଲାରେ ସମ୍ପୃକ୍ତ ଥିବା ନେଇ ପ୍ରେମିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ହେଲେ ପ୍ରେମିକଙ୍କ ବାପାକୁ ଥାନାରେ ଅଟକ ରଖିଥିଲା ପୋଲିସ । ରବିବାର ପ୍ରେମିକଙ୍କ ବାପାଙ୍କୁ ପୋଲିସ ଛାଡି ଦେଇଥିଲା। ଏହାକୁ ନେଇ ପ୍ରେମିକାଙ୍କ ପରିବାର ଲୋକ ଥାନା ଘେରାଉ କରିଥିଲେ । ଦୀର୍ଘ ସମୟ ଥାନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। । ସେମାନେ ଦାବି କରିଛନ୍ତି ଯେ ଏହି ଘଟଣାରେ ପ୍ରେମିକଙ୍କ ବାପାଙ୍କ ମଧ୍ୟ ସମ୍ପୃକ୍ତି ଅଛି ତେଣୁ ତାଙ୍କୁ ତୁରନ୍ତ ଗିରଫ କରାଯାଉ । ଏହି ଘଟଣାରେ ଆହୁରି ଲୋକ ସମ୍ପୃକ୍ତି ଥିବା ପ୍ରେମିକାଙ୍କ ପରିବାର ଅଭିଯୋଗ କରିଛନ୍ତି ।





