Monday, June 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୋଲିସ ର ଅବହେଳା ପାଇଁ ଆମ୍ବୁଲାନ୍ସ ରୁ ଖସି ଚମ୍ପଟ ମାରିଲେ ଅଭିଯୁକ୍ତ

by Sanjay Swain
July 30, 2022
in Crime
ପୋଲିସ ର ଅବହେଳା ପାଇଁ   ଆମ୍ବୁଲାନ୍ସ ରୁ ଖସି ଚମ୍ପଟ ମାରିଲେ  ଅଭିଯୁକ୍ତ
688
VIEWS
Share on FacebookShare on Twitter

ଦଶପଲ୍ଲା ଥାନା ଝିଣ୍ଟିକା ବାରି ଗ୍ରାମରେ ଗତ କିଛିଦିନ ଧରି ଜଣେ ଯୁବକ ଗୁଣ୍ଡା ରାଜ ଚଳାଇଥିବା ବେଳେ ଶନିବାର ଦିନ ଏହି ଯୁବକ ଙ୍କ ଉନମତ କାଣ୍ଡ ଗ୍ରାମବାସୀଙ୍କୁ ଅସହ୍ୟ କରିଛି । ଗ୍ରାମବାସୀ ମାନେ ଯୁବକ ଜଣଙ୍କୁ କାବୁ କରିବା ପାଈଁ ଘେରି ରହିଥିଲେ ମଧ୍ୟ ପୋଲିସ ଉପସ୍ଥିତିରେ ୧୦୮ ଆମ୍ବୁଲାନ୍ସ ଯୋଗେ ଉକ୍ତ ଯୁବକ ଦଶପଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର କୁ ଆସି ଫେରାର ହୋଇଯାଇଥିଲେ। ସୂଚନା ଯୋଗ୍ୟ ଯେ, ଦଶପଲ୍ଲା ଥାନା ଝିଣ୍ଟିକାବାରି ଗ୍ରାମର ଶରତ ନାଏକ ସଦା ସର୍ବଦା ମାତାଲ ହୋଇ ହାତରେ ବୋମା ପିସ୍ତଲ ଧରି ଗ୍ରାମବାସୀଙ୍କୁ ଭୟଭୀତ କରି ଆସୁଥିବା ବେଳେ ଗତ କିଛିଦିନ ତଳେ ଗ୍ରାମରେ ବମ ପକାଇ ସମସ୍ତଙ୍କୁ ଆତଙ୍କିତ କରିଥିବାବେଳେ ଶନିବାର ଦିନ ଶରତ ମଦ ପିଇ ହାତରେ ଭୁଜାଲି ଓ ବମଧରି ଗ୍ରାମବାସୀ ଙ୍କୁ ଗାଳି ଗୁଲଜ କରିବାରୁ ଗ୍ରାମ ବାସୀ ଶରତ ଘର ଚାରି ପାଖ ଜଗି ରହିବା ସହ ପୋଲିସ କୁ ଫୋନ ଦ୍ବାରା ଜଣାଇଥିଲେ । ମାତ୍ର ପୋଲିସ ଯିବାରେ ବିଳମ୍ବ କରିବାରୁ କିଛି ଗ୍ରାମବାସୀ ଦଶପଲ୍ଲା ଥାନାରେ ପହଂଚି ପୋଲିସ କୁ ଜଣାଇଥିଲେ । ପୋଲିସ ତାଙ୍କ ଗ୍ରାମକୁ ଯାଉଥିବା ଖବର ପାଇ ଶରତ ଦେହ ଅସୁସ୍ଥ ଥିବା ନେଇ ଶରତ ଅଭିନୟ କରି ପୋଲିସ କବଳ ରୁ ରକ୍ଷା ପାଇବା ପାଈଁ ଶରତ ୧୦୮ ଅମ୍ବୁଳାନ୍ଚ କୁ ଫୋନ କରିଥିଲା ।

ଫୋନ ପାଇ ୧୦୮ ଆମ୍ବୁଲାନ୍ସ ଝିଣ୍ଟିକାବାରି ରେ ପହଁଚିଥିବା ବେଳେ ୧୦୮ ଆମ୍ବୁଲାନ୍ସ କୁ ଗ୍ରାମବାସୀ ଛାଡ଼ି ନଥିଲେ ପୋଲିସ ଝିଣ୍ଟିକାବାରି ଗ୍ରାମ ରେ ପହଞ୍ଚିଲା ପରେ ଶରତ କୁ ୧୦୮ ଆମ୍ବୁଲାନ୍ସ ରେ ଦଶପଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ଏହା ସହ ତାଙ୍କ ସ୍ତ୍ରୀ ମଧ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚିଥିଲେ । ଅଗରେ ୧୦୮ ଆମ୍ବୁଲାନ୍ସ ଓ ପଛରେ ପୋଲିସ ଗାଡି ଆଗପଛ ହୋଇ ଆସୁଥିବା ବେଳେ ପୋଲିସ ଗାଡି ଥାନା କୁ ଯାଇଥିଲା ଆଉ ଆମ୍ବୁଲାନ୍ସ ସ୍ବାସ୍ଥ୍ୟ କେନ୍ଦ୍ର ରେ ପହଁଚି ଥିଲା । ପୋଲିସ ଅନୁପସ୍ଥିତିର୍ ସୁଯୋଗ ନେଇ ଶରତ ଆମ୍ବୁଲାନ୍ସ ରୁ ଚମ୍ପଟ ମାରିଥିବା ବେଳେ ପୋଲିସ ସ୍ବାସ୍ଥ୍ୟ କେନ୍ଦ୍ର ରେ ପହଁଚି ଶରତ ସ୍ତ୍ରୀ କୁ ଅଟକ ରଖିଛି । ଅନ୍ୟ ପାର୍ଶ୍ୱରେ ଶରତ ଫେରାର ହୋଇ ଯାଇଥିବା ଖବର ପାଇ ଗ୍ରାମ ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି । ପୋଲିସ ର ଅବହେଳା ପାଈଁ ଶରତ ଖସିଗଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଶରତ ନାମରେ ପୁର୍ବରୁ ନାହାକପଡା ଗ୍ରାମ ର କାଳିଆ ବେହେରା ମୃତ୍ୟୁ ଘଟଣା ର ସେ ଜଣେ ଫେରାର ଆସାମୀ ବୋଲି ଜଣାପଡିଛି। ଏଭଳି ଜଣେ ଅପରାଧୀ ପ୍ରତି ପୋଲିସ ର ପାରିବା ପଣିଆଁ କୁ ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରିି ଥିବା ବେଳେ ଅନ୍ୟପଟେ ଘଟଣାର ଉଚିତ୍ ତଦନ୍ତ କରାଯାଇ ଶରତ କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁ ସୂଚନା ଦେଇଚନ୍ତି ।।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!