ନୟାଗଡ଼, (ବାଘୁଆବାର୍ତ୍ତା) : ଶ୍ରମିକ କଲ୍ୟାଣ ପାଇଁ ଭାରତୀୟ ମଜଦୁର ସଂଘ ବିଭିନ୍ନ ଦଫା ନେଇ ଆଜି ଦାବିପତ୍ର ପ୍ରଦାନ କରିଛି । ସଂଘର ସଂପାଦକ ସୁକାନ୍ତ କୁମାର ମହାପାତ୍ର ଏବଂ ସଭାନେତ୍ରୀ ମମତା ନାୟକଙ୍କ ନେତୃତ୍ୱରେ ଅନେକ ନିର୍ମାଣ ଓ କୋଠାବାଡ଼ି ଶ୍ରମିକ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୁବ ନେତା ସନ୍ତୋଷ ପ୍ରଧାନ ଯୋଗ ଦେଇ ସରକାର ଶ୍ରମିକଙ୍କ ଦାବିକୁ ଯଥାଶୀଘ୍ର ପୂରଣ କରିବା ଆବଶ୍ୟକ ବୋଲି ମତ ଦେଇଛନ୍ତି ।






