ମୋହନା, (ବାଘୁଆବାର୍ତ୍ତା): ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ମାଡ଼ ମାରି ବେକ ମୋଡ଼ି ହତ୍ୟା କଲା ସ୍ବାମୀ । ଗଜପତି ଜିଲ୍ଲା ଅଡବା ଥାନା ପ।ଦେର୍ମ। ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶୁକ୍ରବାର ସନ୍ଧ୍ୟାରେ କୌଣସି କାରଣକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ପ୍ରମୋଦ ସ୍ତ୍ରୀ ପଦ୍ମିନୀକୁ ମୁଥ ମାରିବା ସହ ବେକ ମୋଡ଼ି ହତ୍ୟା କରିଥିଲା । ମୃତକ ସ୍ତ୍ରୀ ପଦ୍ମିନୀ ମଲ୍ଲିକ । ଖବର ପାଇ ଅଡବା ଥାନା ପୋଲିକ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ସ୍ବାମୀ ପ୍ରମୋଦ ମଲ୍ଲିକକୁ ଅଟକ ରଖି ତଦନ୍ତ କରୁଛି ।





