Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଣିଆରେ ରୋଗୀ କଲ୍ୟାଣ ସମିତି ବୈଠକ

by ସଞ୍ଜୟ ସ୍ୱାଇଁ
March 3, 2020
in Feature News
ଗଣିଆରେ ରୋଗୀ କଲ୍ୟାଣ ସମିତି ବୈଠକ
18
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ଥା): ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରୋଗୀ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଯ୍ୟ ଡ. ମଧୁସୂଦନ ଦାଶଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ତଥା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବିଡିଓ ସିରିୟାଲ ପଟେଲ,ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା,ବିପିଏମ୍ ତୁଷାର କାନ୍ତ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ବିପିଏମ୍ ପୂର୍ବ ବୈଠଳର ବିବରଣୀ ପାଠ କରିବା ସହିତ ଚଳିତ ବର୍ଷର ବାର୍ଷିକ ବଜେଟ୍ ଉପସ୍ଥାପନ କରିଥିଲେ । ଆମ୍ବୁଲାନ୍ସ ଡ୍ରାଇଭର ପ୍ରକାଶ ପାଣିଗ୍ରାହୀ ଦୀର୍ଘ ୨୪ ମାସ ଧରି ଦରମା ନପାଇ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଚାକିରିରୁ ହଟାଇବାକୁ ଯୋଜନା କରାଯାଇଥିଲା । ଗଣିଆ ଭଳି ଏକ ଉପାନ୍ତ ଅଞ୍ଚଳରେ ଆମ୍ବୁଲାନ୍ସଟିର ଗୁରୁତ୍ୱ ଥିବାରୁ ଜଣେ ଡ୍ରାଇଭର ରହିବା ନିହାତି ଆବଶ୍ୟକ ବୋଲି ସଭାରେ ଉଦବେଗ ପ୍ରକାଶ ପାଇଥିଲା । ଯଦି ଡ୍ରାଇଭର ନରହିବେ ତେବେ ଦିନକୁ ଦିନ ଆମ୍ବୁଲାନ୍ସଟି ଖତ ଖାଇବ ବୋଲି ସଭ୍ୟ ମାନେ ପ୍ରକାଶ କରିଥିଲେ । ଏପରିକି ଉକ୍ତ ଡ୍ରାଇଭରଙ୍କୁ ରୋଗୀ କଲ୍ୟାଣ ସମିତିକୁ ଆସୁଥିବା ଅର୍ଥରୁ ମାସକୁ ୮ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ସ୍ଥିର କରାଯାଇଥିଲା । ନଭେମ୍ବର ୨୦୧୯ ପର୍ଯ୍ୟନ୍ତ ତାଙ୍କୁ ବକେୟା ପାରିଶ୍ର୍ରମିକ ଭିତ୍ତିରେ ପ୍ରଦାନ କରାଯିବା ସହିତ ନଭେମ୍ବର ଠାରୁ ଅଦ୍ୟାବଧି ମାସକୁ ୮ ହଜାର ଟଙ୍କା ଲେଖାଏଁ ୫ ମାସର ବକେୟା ଅର୍ଥ ତୁରନ୍ତ ପ୍ରଦାନ କରିବାକୁ ବିଧାୟକ ନିର୍ଦ୍ଧେଷ ଦେଇଥିଲେ । ମେଡିକାଲ ଆମ୍ବୁଲାନ୍ସରେ ନୟାଗଡ ନେଲେ ନିର୍ଦ୍ଧାରିତ ଦେୟ ଦେବା ସହିତ ଏକ ଚୁକ୍ତିପତ୍ର ପ୍ରତ୍ୟେକ ରୋଗୀଙ୍କ ପରିବାରକୁ ପ୍ରଦାନ କରିବାକୁ ନିଷ୍ପତି ହୋଇଥିଲା । ଗଣିଆ ମେଡିକାଲରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ସଭ୍ୟ ମାନେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମେଡିକାଲରେ ଥିବା ଜେନେରେଟରଟି ବାରମ୍ବାର ଖରାପ ହେଉଥିବାରୁ ଏହାକୁ ତିଆରି କରିବାକୁ ନିଷ୍ପତି ହୋଇଥିଲା । ମେଡିକାଲକୁ ଯିବା ବାଟଟି ସଂଧ୍ୟ୍ୟାହେଲେ କିଟି କିଟି ଅନ୍ଧାର ହେଉଥିବା କଥା ବିପିଏମ୍ ପ୍ରକାଶ କରିଥିବାରୁ ବିଧାୟକ ନିଜସ୍ୱ ପାଣ୍ଠିରୁ ହାଇମାକ୍ସ ଲାଇଟ ଲଗାଇବାକୁ ପ୍ରତିଶୃତି ଦେଇଥିଲେ । ମେଡିକାଲର ପ୍ରବେଶ ଦ୍ୱାରରେ ଏକ ତୋରଣ ନିର୍ମାଣ କରିବାକୁ ସଭ୍ୟ ମାନେ ପ୍ରସ୍ତାବ ଦେଇଥିଲେ । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସବୁବେଳେ ପଛୁଆ ଥିବା ଗଣିଆ ବ୍ଲକକୁ ଏହି ଦୁଇଟି ବିଭାଗରେ ଉନ୍ନତି ଆଣିବାକୁ ହେଲେ ସମସ୍ତଙ୍କର ସହଯୋଗ ଦରକାର ବୋଲି ବିଧାୟକ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!