Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳାଙ୍କ ଅଶ୍ଳୀଳ ଭିଡିଓ ସୁଟିଂ କରି ଭାଇରାଲ୍‌ କରିବାକୁ ଧମକ ଦେଇ ବ୍ଲାକ୍‌ମେଲିଂ

by ସଞ୍ଜୟ ସ୍ୱାଇଁ
July 29, 2022
in Crime, State
ମହିଳାଙ୍କ ଅଶ୍ଳୀଳ ଭିଡିଓ ସୁଟିଂ କରି ଭାଇରାଲ୍‌ କରିବାକୁ ଧମକ ଦେଇ ବ୍ଲାକ୍‌ମେଲିଂ
101
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମହିଳାଙ୍କ ଅଶ୍ଳୀଳ ଭିଡିଓ ସୁଟିଂ କରି ଭାଇରାଲ୍‌ କରିବାକୁ ଧମକ ଦେଇ ବ୍ଲାକ୍‌ମେଲିଂ କରିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ୍‌ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ନୟାଗଡ଼ର ଉପେନ୍ଦ୍ର ସାହୁ । ୧୧ ମାସ ହେବ ଉପେନ୍ଦ୍ର ଫେରାର ଥିଲେ । ଗତକାଲି ରାତିରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା । ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ମିଳିଥିବା ସୂଚନା ମୁତାବକ, ଉପେନ୍ଦ୍ର ବଡ଼ଗଡ଼ ଅଞ୍ଚଳରେ ଘର ଭଡା ନେଇ ରହୁଥିଲେ । ସେ ବାପୁଜୀ ନଗରରେ ଏଲ୍‌ଇଡି କର୍ଣ୍ଣର ନାମରେ ଏକ ଦୋକାନ କରିଥିଲେ । ଦୁଇ ପିଲା ଓ ସ୍ୱାମୀଙ୍କ ସହ ଲକ୍ଷ୍ମୀସାଗର କେନାଲ୍‌ ବନ୍ଧ ଅଂଚଳରେ ରହୁଥିଲେ ଅସୀମା (୩୪, ଛଦ୍ମନାମ) । ଅସୀମାଙ୍କ ସ୍ୱାମୀଙ୍କର ବନ୍ଧୁ ହେଉଛନ୍ତି ଉପେନ୍ଦ୍ର । ୨୦୧୯ରେ ଏକ କାର୍ୟ୍ୟକ୍ରମରେ ଉଭୟଙ୍କର ଦେଖା ହୋଇଥିଲା । ଅସୀମା ପ୍ରଥମ ଦେଖାରେ ଉପେନ୍ଦ୍ରଙ୍କୁ ଭଲ ପାଇ ବସିଥିଲେ । ଏହାରି ଭିତରେ ଉପେନ୍ଦ୍ର ଅସୀମାଙ୍କ ଘରକୁ ଯିବା ଆସିବା କରୁଥିଲେ । ଉପେନ୍ଦ୍ର ମଉକା ଦେଖି ଅସୀମାଙ୍କୁ ନିଶା ଦେଇ ତାଙ୍କ ସହ ଅସଦାଚରଣ କରିଥିଲେ । ଏସବୁର ଭିଡିଓ ସୁଟିଂ ମଧ୍ୟ କରିଥିଲେ । ୨୦୨୧ ମାର୍ଚ୍ଚ ମାସରେ ଭିଡିଓ ଭାଇରାଲ୍‌ କରିଦେବେ ବୋଲି ଧମକ ଦେଇ ଟଙ୍କା ମାଗିଥିଲେ । ଏମିତି ଧମକ ଦେଇ ବିଭିନ୍ନ ପର୍ୟ୍ୟାୟରେ ୬ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ ଉପେନ୍ଦ୍ର । ଦିନକୁ ଦିନ ଅଧିକ ଟଙ୍କା ମାଗୁଥିଲେ । କିଛି ଉପାୟ ନ ପାଇ ଶେଷରେ ଅସୀମା ୨୦୨୧ ଜୁଲାଇରେ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ । ପୁଲିସ୍‌ ମାମଲା ରୁଜୁ କରି ଆରମ୍ଭ କରିଥିଲା ତନାଘନା । ହେଲେ ଅଭିଯୁକ୍ତ ଉପେନ୍ଦ୍ର ଫେରାର ହୋଇ ଯାଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!