Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାବାଳିକା ଦୁଷ୍କର୍ମ ମାମଲା: ପୋଲିସ କର୍ମଚାରୀକୁ ୨୦ବର୍ଷ ଜେଲଦଣ୍ଡ

by ସଞ୍ଜୟ ସ୍ୱାଇଁ
July 28, 2022
in Crime, Nayagarh
ମିଥ୍ୟା ପ୍ରତିଶୃତି ଦେଇ ଯୁବତୀଙ୍କୁ ବଳତ୍କାର, ୧୦ ବର୍ଷ ଜେଲ ଦଣ୍ଡ, ୨୦ ହଜାର ଫାଇନ, ପିଡିତାଙ୍କୁ ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା
329
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଫାଷ୍ଟ ଟ୍ରାକ କୋର୍ଟ ବିଚାରପତିଙ୍କ ବଡ଼ ଶୁଣାଣି । ପୋଲିସ କର୍ମଚାରୀଙ୍କୁ ଦେଲେ ୨୦ବର୍ଷ ଜେଲ ଦଣ୍ଡ । ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ନୟାଗଡ଼ ଜିଲ୍ଲା ଫାଷ୍ଟଟ୍ରାକ ବିଚାରପତି ବିରଞ୍ଚି କୁମାର ରଥ ଅଭିଯୁକ୍ତ ପୋଲିସ କର୍ମଚାରୀ ବ୍ରଜକିଶୋର ମଲ୍ଲିକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୬୦ ହଜାର ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନାରେ ଗତ ୨୩.୦୮.୨୦୧୮ରେ ଅଭିଯୋଗକୁ ଭିତ୍ତି କରି ଏହି ଥାନାରେ କେସ ନଂ-୧୬୨/୧୮ ଏକ ମାମାଲା ରୁଜୁ ହୋଇ ଏହାର ତଦନ୍ତ ଆରମ୍ଭ ହୋଇଥିଲା । ଉକ୍ତ ମାମଲାରେ ତତ୍କାଳୀନ ମହିଳା କମିଶନର ହସ୍ତକ୍ଷେପ କରି ନୟାଗଡ଼ ସିଡବ୍ଲୁସିକୁ ସ୍ଥାନାନ୍ତରିତ ହୋଇ ରିପୋର୍ଟ ଆଧାରରରେ ଫତେଗଡ଼ ଥାନାରେ ମାମଲା ରୁଜୁ ହୋଇଥିଲା । ଘଟଣାର ଅନୁସନ୍ଧାନ ପରେ ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇଥିଲା ଏବଂ ମାମଲାର ସତ୍ୟାସତ୍ୟ ଜଣାପଡ଼ିଥିଲା । ଏହି ଘଟଣା ସେହି ସମୟରେ ନୟାଗଡ଼ ଜିଲ୍ଲାରେ ଜୋରରେ ଚର୍ଚ୍ଚା ଧରିଥିବା ବେଳେ ଏହ ମହିଳା କୋର୍ଟରେ ବିଚାରାଥିନ ଥିଲା । କିନ୍ତୁ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ମାମଲାକୁ ଫାଷ୍ଟ ଟ୍ରାକ କୋର୍ଟକୁ ସ୍ଥାନାନ୍ତରିତ ହୋଇ ତ୍ୱରିତ ବିଚାର ପ୍ରକ୍ରିୟାରେ ସାମିଲ କରାଯାଇଥିଲା । ସାକ୍ଷୀ ମାନଙ୍କ ବୟାନ,ଡାକ୍ତରୀ ରିପୋର୍ଟ ଏବଂ ସରକାରୀ ଓକିଲ ଅମୀୟ ପଟ୍ଟନାୟକଙ୍କ ବଳିଷ୍ଠ ଯୁକ୍ତି ଆଧାରରେ ଅଭିଯୁକ୍ତ ପୋଲିସ କର୍ମଚାରୀକୁ ବିଚାରପତି ଏହି ଦଣ୍ଡାଦେଶ ଶୁଣାଇଥିବା ବେଳେ ପୀଡ଼ିତାକୁ ୭ଲକ୍ଷ ଟଙ୍କା କ୍ଷତିପୁରଣ ଦେବା ପାଇଁ ଆଦେଶରେ ଉଲ୍ଲେଖ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!