ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ପ୍ରକାଶ ପାଇଛି +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ବିଜ୍ଞାନରେ ନୟାଗଡ଼ ଜିଲ୍ଲା ରାଜ୍ୟ ସ୍ତରରେ ସର୍ବାଧିକ ପାସ ହାରରେ ପ୍ରଥମ ସ୍ଥାନ ଗ୍ରହଣ କରିଛି । ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ସିଦ୍ଧାନ୍ତ ଦାଶ ୫୬୨ ନମ୍ବର ରଖିଥିବା ବେଳେ ଛାତ୍ରୀ ଶୁଶ୍ରୀ ସିମରନ ଦାଶ ୫୬୨ ନମ୍ବର ରଖିଛନ୍ତି । ନୟାଗଡ଼ କଲେଜର ଏହି ଦୁଇ ଜଣଙ୍କୁ ଯୁଗ୍ମ ଭାବେ ଟପ୍ପର କରାଯାଇଛି । ଏଥି ନିମନ୍ତେ କଲେଜ ପରିସରରେ ହସର ଲହରୀ ଖେଳି ଯାଇଛି ।





