ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ପ୍ରକାଶ ପାଇଛି +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ଛାତ୍ର ମନୋରଞ୍ଜନ ବେହେରା ୫୬୧ ନମ୍ବର ରଖି ସାରା ଜିଲ୍ଲାରେ ବାଣିଜ୍ୟ ବିଭାଗର ଟପ୍ପର ହୋଇଛନ୍ତି । ସେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ତାଙ୍କ ନିଜ ଘର ଗଞ୍ଜାମ ବୁଗୁଡ଼ା ବୋଲି ଜଣା ପଡିଛି । ଏଥିନେଇ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ହସର ଲହରୀ ଖେଳି ଯାଇଛି । ସେ ଉମାଚରଣ ବେହେରା ଏବଂ ଉଷାରାଣୀ ବେହେରା ଙ୍କ ପୁତ୍ର ବୋଲି ଜଣାଜାଇଛି । ଭବିଷ୍ୟତରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଡ ହେବାକୁ ଲକ୍ଷ ରଖିଥିବାର କହିଛନ୍ତି ।





