ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ପ୍ରକାଶ ପାଇଛି +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ବିଜ୍ଞାନରେ ନୟାଗଡ଼ ଜିଲ୍ଲା ରାଜ୍ୟ ସ୍ତରରେ ସର୍ବାଧିକ ପାସ ହାରରେ ପ୍ରଥମ ସ୍ଥାନ ଗ୍ରହଣ କରିଛି । ନୟାଗଡ଼ ଜିଲ୍ଲାର ସ୍ମୃତିରେଖା ଆଚାର୍ଯ୍ୟ ୫୬୫ ନମ୍ବର ରଖି ଜିଲ୍ଲାର ଟପ୍ପର ହୋଇଛନ୍ତି । ସେ ନୟାଗଡ଼ସ୍ଥିତ ଇନସ୍ପାୟାର କଲେଜରେ ପାଠ ପଢ଼ୁଥିଲେ । ତାଙ୍କ ନିଜ ଘର ଇଟାମାଟିରେ ବୋଲି ଜଣା ପଡିଛି । ଏଥିନେଇ ଇନସ୍ପାୟର କଲେଜରେ ହସର ଲହରୀ ଖେଳିଯାଇଛି ।





