Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜେପି ଯୁବ ମୋର୍ଚ୍ଚା ନେତାଙ୍କୁ ନୃଶଂସ ହତ୍ୟା

by ସଞ୍ଜୟ ସ୍ୱାଇଁ
July 27, 2022
in Crime, NATIONAL NEWS
ବିଜେପି ଯୁବ ମୋର୍ଚ୍ଚା ନେତାଙ୍କୁ ନୃଶଂସ ହତ୍ୟା
113
VIEWS
Share on FacebookShare on Twitter

ବେଙ୍ଗାଲୁରୁ, (ବାଘୁଆବାର୍ତ୍ତା): ବିଜେପି ଯୁବ ନେତାଙ୍କୁ ନୃଶଂସ ହତ୍ୟା। ମଙ୍ଗଳବାର ବିଳମ୍ବିତ ରାତିରେ କର୍ଣ୍ଣାଟକର ଡାକସିନା କନ୍ନଡ ଜିଲ୍ଲାର ଜଣେ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟଙ୍କୁ ଅତି ନିର୍ମମ ଭାବେ ଗଳାକାଟି ହତ୍ୟା କରାଯାଇଛି। ମୃତକ ହେଲେ ପ୍ରବୀଣ ନେଟାରୁ । ଏହି ଘଟଣା ପରେ ଡାକସିନା କନ୍ନଡ ଜିଲ୍ଲାର ବେଲାରେ ଗ୍ରାମରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଆଇନ ଶୃଙ୍ଖଳାକୁ କଡ଼ାକଡ଼ି କରିବା ପାଇଁ ମାଙ୍ଗାଲୋର ଏବଂ ଉଦୁପିରୁ ଅତିରିକ୍ତ ପୋଲିସ ଫୋର୍ସ ପଠାଯାଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପାଞ୍ଚଟି ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଛି। ଏହି ପାଞ୍ଚଟି ମଧ୍ୟରୁ ତିନିଟି ଟିମ୍‌କୁ କେରଳର ମାଡିକେରି ଓ କର୍ଣ୍ଣାଟକର ହାସନକୁ ପଠାଯାଇ ଥିବା ପୁଲିସ କହିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ବିଜେପି ଯୁବ କର୍ମୀଙ୍କ ହତ୍ୟା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ପ୍ରବୀଣ ନେଟ୍ଟାରଙ୍କ ବର୍ବର ହତ୍ୟାକୁ ସେ ନିନ୍ଦା କରିଛନ୍ତି। ଏଭଳି ଘୃଣ୍ୟ କାଣ୍ଡରେ ସମ୍ପୃକ୍ତ ଥିବା ଅପରାଧୀଙ୍କୁ ଶୀଘ୍ର ଗିରଫ କରାଯିବ ଏବଂ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ସେ ଟ୍ୱିଟ କରି ଜଣାଇଛନ୍ତି। ପୋଲିସ କହିଛି ଯେ ସେମାନେ ପ୍ରମାଣ ଯୋଗାଡ଼ କରୁଛନ୍ତି। କେବଳ ଗଣମାଧ୍ୟମରେ ଆମେ କେରଳ ବାଇକ୍ ନମ୍ବର ପ୍ଲେଟ ସୂଚନା ପାଇଥିବା ପୁଲିସ କହିଛି। ଆମେ ସୀମାରେ ସୁରକ୍ଷାକୁ କଡାକଡି କରିଛୁ। ସମସ୍ତ ଦିଗରେ ଯାଞ୍ଚ କରାଯାଉଛି ବୋଲି ପୁଲିସ କହିଛି। ଜଣେ ସ୍ଥାନୀୟ ମୁସଲିମ ବ୍ୟକ୍ତିଙ୍କ ହତ୍ୟାକାଣ୍ଡର ପ୍ରତିଷୋଧ ସୂରୂପ ପ୍ରବୀରଙ୍କୁ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି ହୋଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!