Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବେଶ୍ୟାଳୟ ଚଲାଉଥିବା ମେଘାଳୟ ବିଜେପି ଉପସଭାପତି ଗିରଫ

by ସଞ୍ଜୟ ସ୍ୱାଇଁ
July 27, 2022
in Crime, NATIONAL NEWS
ବେଶ୍ୟାଳୟ ଚଲାଉଥିବା ମେଘାଳୟ ବିଜେପି ଉପସଭାପତି ଗିରଫ
184
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ମେଘାଳୟରେ ବେଶ୍ୟାଳୟ ଚଲାଉଥିବା ଅଭିଯୁକ୍ତ ବିଜେପି ନେତାଙ୍କୁ ଉତ୍ତରପ୍ରଦେଶରୁ ଗିରଫ କରାଯାଇଛି । ମେଘାଳୟ ବିଜେପିର ଉପସଭାପତି ବର୍ଣ୍ଣାଡ ଏନ ମାରକଙ୍କୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି । ମେଘାଳୟ ପୋଲିସ ମାରକଙ୍କୁ ଟ୍ରାଞ୍ଜିଟ ରିମାଣ୍ଡ ଜରିଆରେ ମେଘାଳୟ ଆଣିବା ପାଇଁ ଉତ୍ତରପ୍ରଦେଶ ଯାଇଛି । ମେଘାଳୟ ପୋଲିସ ମାରକଙ୍କୁ ଗିରଫ କରିବା ପାଇଁ ଲୁକଆଉଟ୍ ନୋଟିସ୍ ଜାରି କରିଥିଲା । ମାରକଙ୍କୁ ପୋକ୍ସୋ ଏବଂ ଅନୈତିକ ଦେହ ବେପାର ଆଇନ ସହିତ ଆଇପିସିର ଅନେକ ଧାରା ଆଧାରରେ ଗିରଫ କରାଯାଇଛି । ମାରକଙ୍କୁ ଉତ୍ତରପ୍ରଦେଶର ହାପୁଡ ଜିଲ୍ଲାରୁ ଗିରଫ କରିଛି ପୋଲିସ । ତାଙ୍କ ବିରୋଧରେ ମେଘାଳୟର ତୁରାରେ ନିଜ ଫାର୍ମହାଉସରେ ବେଶ୍ୟାଳୟ ଚଲାଉଥିବାର ଅଭିଯୋଗ ରହିଛି । ଶନିବାର ରେଡ୍ ସମୟରେ ଛଅ ଜଣ ନାବାଳିକଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ତାଙ୍କ ଫାର୍ମହାଉସ ରିମ୍ପୁ ବାଗାନରୁ ୭୩ ଜଣଙ୍କୁ ଗିରଫ କରାଯାଇଥିଲା । ଏହା ପରେ ମାରକ ଫେରାର ହୋଇଯାଇଥିଲେ । ପୋଲିସ କହିଥିଲା ମାରକଙ୍କୁ ତଦନ୍ତରେ ସହଯୋଗ କରିବା ପାଇଁ କୁହାଯାଇଥିଲା ହେଲେ ସେ ସହଯୋଗ କରିବା ଦୂରର କଥା ତାଙ୍କର ଦର୍ଶନ ମିଳୁନାହିଁ । ପୋଲିସ କହିଥିଲା ରେଡ୍ ସମୟରେ ୪୭ ଯୁବକ ଏବଂ ୨୬ ମହିଳାଙ୍କୁ ହେପାଜତରେ ନିଆଯାଇଥିଲା । ଏମାନଙ୍କ ମଧ୍ୟରୁ ଅନେକ ନଗ୍ନ ଏବଂ ନିଷାସକ୍ତ ଅବସ୍ଥାରେ ଥିଲେ । ଛୋଟ ଶିଶୁଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା । ଏହା ବ୍ୟତୀତ ବିପୁଳ ପରିମାଣରେ ମଦ, ୫୦୦ ପ୍ୟାକେଟ କଣ୍ଡୋମ, ସେଲଫୋନ ଏବଂ ଆପତ୍ତିଜନକ ଦସ୍ତାବିଜ ଜବତ କରାଯାଇଥିଲା । କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ୱେରେଣ୍ଟ ଜାରି କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!