Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନବମ ଶ୍ରେଣୀ ଛାତ୍ରୀଙ୍କୁ ତିନି ମାସ ଗଣ ଦୁଷ୍କର୍ମ

by ସଞ୍ଜୟ ସ୍ୱାଇଁ
July 26, 2022
in Crime, NATIONAL NEWS
ନବମ ଶ୍ରେଣୀ ଛାତ୍ରୀଙ୍କୁ ତିନି ମାସ ଗଣ ଦୁଷ୍କର୍ମ
159
VIEWS
Share on FacebookShare on Twitter

ବୋକାରୋ, (ବାଘୁଆବାର୍ତ୍ତା): ନବମ ଶ୍ରେଣୀର ଝିଅକୁ ୩ ମାସ ଧରି ଗଣ ଦୁଷ୍କର୍ମ । ଏଭଳି ଏକ ଜଘନ୍ୟ କାଣ୍ଡ ଝାଡ଼ଖଣ୍ଡ ଅନ୍ତର୍ଗତ ବୋକାରୋ ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି । ଝିଅଟିକୁ ଅପହରଣ କରି ଏକ ବନ୍ଦ କୋଠରୀରେ ରଖି ବାରମ୍ୱାର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରିବାରୁ ସେମାନେ ମାରିଥିବା ନାବାଳିକା ଜଣକ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ ଝିଅଟି ଏପ୍ରିଲ୍‌ ୨୦ ତାରିଖରେ ବଜାରକୁ କୌଣସି କାମ ପାଇଁ ଯାଇଥିବା ବେଳେ ମନ୍ତୋଷ କୁମାର ନାମକ ବ୍ୟକ୍ତି ଅଟୋ ଚଳାଉଥିବା ବେଳେ ତାଙ୍କ ଦୁଇ ସାଙ୍ଗ ମନୋଜ କୁମାର ଓ ବିଷ୍ଣୁ କୁମାର ତାଙ୍କୁ ଜୋର ଜବରଦସ୍ତ ଅଟୋରେ ଅପହରଣ କରିନେଇଥିଲେ । ପରେ ୩ ଅଭିଯୁକ୍ତ ନାବାଳିକାଙ୍କୁ ଏକ ନିବୁଜ କୋଠରୀରେ ରଖିଥିଲେ । ନାବାଳିକାଙ୍କ ବିରୋଧ ସତ୍ତ୍ୱେ ୩ ଅଭିଯୁକ୍ତ ନୃଶଂସ ପାଲଟି ଯାଇଥିଲେ । ୩ ମାସ ଧରି ବାରମ୍ୱାର ଝିଅଟିକୁ ଦୁଷ୍କର୍ମ କରୁଥିଲେ । ବହୁ ଚେଷ୍ଟା ପରେ ବି ଝିଅଟି ମୁକୁଳି ପାରିନଥିଲା । ହେଲେ ଜୁଲାଇ ୧୯ରେ ଉକ୍ତ ଘର ପାଖ ଦେଇଯାଉଥିବା ବେଳେ ଝିଅଟି ଖରାପ ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ । ଏକ ପଥର ସାହାଯ୍ୟରେ ଘରର ତାଲାକୁ ଭାଙ୍ଗି ଝିଅଟିକୁ ଉଦ୍ଧାର କରିଥିଲେ । ପରେ ଝିଅଟି ଘରକୁ ଯାଇ ସମସ୍ତ କଥା ପରିବାର ଲୋକଙ୍କୁ କହିଥିଲା । ଏନେଇ ଥାନାରେ ଏତଲା ଦିଆଯାଇଥିବା ବେଳେ ପୋଲିସ୍‌ ପୋକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ କରିଛି । କିନ୍ତୁ ଏପର୍ୟ୍ୟନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିପାରିନାହିଁ ପୋଲିସ୍ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!