Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତହସିଲ ଅଫିସ୍‌ରେ ବିଷ ପିଇଦେଲେ ଯୁବକ

by ସଞ୍ଜୟ ସ୍ୱାଇଁ
July 26, 2022
in Crime, State
ତହସିଲ ଅଫିସ୍‌ରେ ବିଷ ପିଇଦେଲେ ଯୁବକ
60
VIEWS
Share on FacebookShare on Twitter

ବାସୁଦେବପୁର, (ବାଘୁଆବାର୍ତ୍ତା): ଭଦ୍ରକ ଜିଲ୍ଲା ବାସୁଦେବପୁର ତହସିଲ କାର୍ୟ୍ୟାଳୟ ପରିସରରେ ଆଜି ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ନାଁ ଶିବାଜୀ ଦାସ। ତାଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଆର୍ତ୍ତୁଙ୍ଗ ଗାଁରେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜମିଜମା ମାମଲାରୁ ଶିବାଜୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ କହିଛନ୍ତି, “୨୦୧୭ରୁ ଆମର ଡିମାର୍କେସନ୍ କାର୍ୟ୍ୟ ସରିଥିଲା। କିନ୍ତୁ ଆମ ବିପକ୍ଷ ପାର୍ଟି ନୋଟିସ୍ କରିଥିଲେ। ତେଣୁ ତହସିଲଦାର ମାଡମ୍ ଆମକୁ ଡକେଇ ଥିଲେ। ବିପକ୍ଷ ପାର୍ଟିକୁ ମାଡମ କହିଥିଲେ ଯେ ଥରେ ମାପ ହୋଇଛି ମାନେ ଆଉ ହେବନି। ଏହା ସହିତ ସେମାନଙ୍କୁ ସିଭିଲ କୋର୍ଟକୁ ଯିବାକୁ କହିଥିଲେ। ସେମାନେ ସିଭିଲ୍ କୋର୍ଟକୁ ନଯାଇ ପ୍ରାଇଭେଟ୍ ଅମିନ ଆଣି ସରକାରୀ କର୍ମଚାରୀଙ୍କ ଦସ୍ତଖତ ନେଇ ପୁଣି ସେହି ଜାଗାରେ ମାପ କରିଥିଲେ। ସେତେବେଳେ ଆମେ କେହି ଘରେ ନଥିଲୁ। ସେମାନେ ଆମ ଜାଗାରୁ ବାଡ଼ ଉପାଡ଼ି ଫୋପାଡ଼ି ଦେଇଥିଲେ। ଜୁଲାଇ ୨୫ (ଗତକାଲି)ରେ ମାପ କରିବାକୁ ସେ ନୋଟିସ୍ ଦେଇଥିଲେ। ଆର୍‌ଆଇ ଓ ପୁଲିସ୍‌ଙ୍କୁ ମଧ୍ୟ ନୋଟିସ୍ ହୋଇଥିଲା। କାଲି କେହି ଆସିଲେନି। ଆମେ ଦିନ ୧୨ଟା ବେଳେ ତହସିଲ ଅଫିସ୍ ଆସିଲୁ। ପଚାରିବାରୁ ତହସିଲଦାର କହିଲେ ଆଉ ମାପ ହୋଇପାରିବନି। ବିପକ୍ଷ ଗୋଷ୍ଠୀ ବାଡ଼ ଉପାଡ଼ିବା ବେଳେ କ’ଣ ପାଇଁ ତୁମେ ନଥିଲ ବୋଲି ଓଲଟି ପ୍ରଶ୍ନ କରି ଆମକୁ ଥାନାକୁ ଯାଇ ପୁଲିସ୍ ନେଇ ମାପ କରେଇ ଦିଅ ବୋଲି କହିଥିଲେ। ତେଣୁ ବାଧ୍ୟ ହୋଇ ବିଷ ପିଇ ଦେଲି।” ତହସିଲଦାର ଅନିତା ନାୟକ କହିଛନ୍ତି, ଗତକାଲି ମାପ ପାଇଁ ତାରିଖ ଧାର୍ୟ୍ୟ କରାଯାଇଥିଲା। ଅମିନ ଯିବାର ଥିଲା। କିନ୍ତୁ ହଠାତ୍‌ ସରକାରଙ୍କ ଏକ ମାପ ଦରକାର ପଡ଼ିବାରୁ ଅମିନ ସେଠାକୁ ଚାଲି ଯାଇଥିଲେ। ତେଣୁ ଆମେ ଆଉ ଗୋଟିଏ ତାରିଖ ଧାର୍ୟ୍ୟ କରିଥା’ନ୍ତୁ। କିନ୍ତୁ ଆଜି ସେ ହଠାତ୍ ଆସି ଅଫିସ୍‌ରେ ବିଷ ପିଇ ଦେଇଥିଲେ। ସେ ଆହୁରି କହିଛନ୍ତି, ମୁଁ ତାଙ୍କୁ କହୁଥିଲି ଯେ ଯେହେତୁ ଏଇଟା ବର୍ଷା ଋତୁ ତେଣୁ ମାପ ଚେନ୍‌ ଠିକ୍ ସେ ପଡ଼ିବନି। ତେଣୁ ଆମେ ଆଉ ଟିକେ ଅପେକ୍ଷା କରିବା। କିନ୍ତୁ ସେ ଭାବିନେଲେ ଯେ ତହସିଲ ସହଯୋଗ କରୁନି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!