Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲାପାଳ ଏକାଦଶ ୫୧ ରନ୍‌ରେ ବିଜୟୀ

by ସଞ୍ଜୟ ସ୍ୱାଇଁ
March 1, 2020
in Sports
ଜିଲ୍ଲାପାଳ ଏକାଦଶ ୫୧ ରନ୍‌ରେ ବିଜୟୀ
22
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଖେଳପଡ଼ିଆରେ ଆଜି ପ୍ରାତଃ ସମୟରେ ଜିଲ୍ଲାପାଳ ଏକାଦଶ ବନାମ୍ ତହସିଲ୍ ଏକାଦଶ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ଜିଲ୍ଲାପାଳ ଏକାଦଶ ପକ୍ଷରୁ କ୍ୟାପଟେନ ନିହାର ରଂଜନ ନାୟକ ଏବଂ ତହସିଲ୍ ଏକାଦଶ ପକ୍ଷରୁ କ୍ୟାପଟେନ ତହସିଲଦାର ଭିକାରୀ ସାହୁଙ୍କ ମଧ୍ୟରେ ଟସ୍ ପଡ଼ିବା ପରେ ଜିଲ୍ଲାପାଳ ଏକାଦଶ ଟସ୍ ଜିତି ବ୍ୟାଟିଂ କରିଥିଲେ । ଏଥିରେ ଜିଲ୍ଲାପାଳ ଏକାଦଶ ୧୫ ଓଭରରେ ୭ ୱିକେଟ ହରାଇ ୧୮୪ ରନ ସଂଗ୍ରହ କରିଥିଲା । ସେହିଭଳି ଦ୍ୱିତୀୟ ଇଂନିସ୍‌ରେ ତହସିଲ ଏକାଦଶ ୧୫ ଓଭରରେ ୮ ୱିକେଟ ହରାଇ ମାତ୍ର ୧୩୩ ରନ୍ ସଂଗ୍ରହ କରିଥିଲେ । ଫଳରେ ଜିଲ୍ଲାପାଳ ଏକାଦଶ ୫୧ ରନରେ ବିଜୟୀ ଲାଭ କରିବା ସହ ବିଜେତା ଭାବେ ୨ ହଜାର ଟଙ୍କା ପୁରସ୍କାର ରାଶି ପାଇଥିବା ଜଣାପଡ଼ିଛି । ରନର୍ସ ଅଫ ଦଳକୁ ୧ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହି ଖେଳରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ବରିଷ୍ଠ କିରାଣୀ ନୃସିଂହ ନାୟକ ଯୋଗ ଦେଇଥିଲେ । ଆଜିର ଏହି ଖେଳରେ ଜିଲ୍ଲାପାଳ ଏକାଦଶର ଅରୁଣ ସେଠୀ ୧୦ଟି ବଲରେ ୩୫ ରନ ସଂଗ୍ରହ କରିବା ସହିତ ୩ଟି ୱିକେଟ ପାଇ ଶ୍ରେଷ୍ଠ ଖେଳାଳୀ ଭାବେ ମନୋନୀତ ହୋଇଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!