Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଥର ଖାଦାନ ଓ ମାଫିଆଙ୍କ ଘରେ ଚଢ଼ାଉ, କମ୍ପ୍ରେସର, ଟ୍ରାକ୍ଟର, ଜିପ୍‌ ଓ ଯନ୍ତ୍ରାଂଶ ଜବତ

by ସଞ୍ଜୟ ସ୍ୱାଇଁ
July 26, 2022
in Crime, State
ପଥର ଖାଦାନ ଓ ମାଫିଆଙ୍କ ଘରେ ଚଢ଼ାଉ, କମ୍ପ୍ରେସର, ଟ୍ରାକ୍ଟର, ଜିପ୍‌ ଓ ଯନ୍ତ୍ରାଂଶ ଜବତ
64
VIEWS
Share on FacebookShare on Twitter

ନୀଳଗିରି, (ବାଘୁଆବାର୍ତ୍ତା): ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଚୋରା ପଥର ମାଫିଆଙ୍କ ଦୌରାତ୍ମ୍ୟ ଵୃଦ୍ଧି ହେବାରେ ଲାଗିଛି। ନୀଳଗିରି ତହସିଲ ଅଧିନ ବାଘମରା ଅଞ୍ଚଳରେ ଗତକାଲି ବ୍ଲାଷ୍ଟିଙ୍ଗ କରି ପଥର ଚୋରି ହେଉଥିବା ନେଇ ତହସିଲଦାରଙ୍କ ନିର୍ଦ୍ଦେଶରେ ସଜନାଗଡ଼ ଆରଆଇ କେଏସ ସନ୍ତୋଷ କୁମାରଙ୍କୁ ଘଟଣାସ୍ଥଳକୁ ତଦନ୍ତ କରିବାକୁ ଯାଇ ଫଟୋ ଉତ୍ତଳନ କରିଥିଲେ। ଫେରିବା ସମୟରେ ତାଙ୍କୁ ପଥର ମାଫିଆ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି। ପୋଡାଶୂଳ ଅଞ୍ଚଳର ବିଶ୍ୱନାଥ ଦାସ ଓ ତାଙ୍କ ପୁଅ ଏହି ଆକ୍ରମଣ କରିଥିବା ଅଭିଯୋଗ ନୀଳଗିରି ଥାନାରେ ହୋଇଥିଲା । ପୂର୍ବରୁ ବେଆଇନ ବିସ୍ଫୋରକ ଦ୍ରବ୍ୟରେ ପଥର ବ୍ଲାଷ୍ଟିଙ୍ଗ ଭଳି ଅଭିଯୋଗ ଥାନାରେ ରହିଥିଲା । ଆଜି ନୀଳଗିରି ଉପଜିଲ୍ଲାପାଳ, ତହସିଲଦାର ଓ ଆଇଆଇସି ପୋଲିସ ଫୋର୍ସ ନେଇ ଚୋରାଖାଦାନ ଓ ଆକ୍ରମଣ କରିଥିବା ମାଫିଆଙ୍କ ଘରେ ଚଢ଼ାଉ କରିଥିଲେ। କମ୍ପ୍ରେସର ମେସିନ, ଟ୍ରାକ୍ଟର, ଜିପ ସହ ବହୁ ଯନ୍ତ୍ରାଂଶ ଜବତ ହୋଇଥିବା ଜଣାପଡିଛି। ଏଭଳି ଚଢ଼ାଉ ପରେ ପଥର ମାଫିଆମାନଙ୍କ ଭିତରେ ଛନକା ପଶିଥିବା ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!