Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବ୍ୟବସାୟୀଙ୍କୁ ଲିଫ୍ଟ ମାଗିବା ବାହାନାରେ ଭୁଜାଲିରେ ହାଣି ଦେଇଛନ୍ତି ୫ ଲୁଟେରା

by ସଞ୍ଜୟ ସ୍ୱାଇଁ
July 26, 2022
in Crime, State
ବ୍ୟବସାୟୀଙ୍କୁ ଲିଫ୍ଟ ମାଗିବା ବାହାନାରେ ଭୁଜାଲିରେ ହାଣି ଦେଇଛନ୍ତି ୫ ଲୁଟେରା
89
VIEWS
Share on FacebookShare on Twitter

ଜଳେଶ୍ୱର, (ବାଘୁଆବାର୍ତ୍ତା): ଲିଫ୍ଟ ମାଗିବା ବାହାନାରେ ଦିନ ଦ୍ୱିପ୍ରହରରେ ରାସ୍ତାରେ ଯାଉଥିବା ଜଣେ ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ଦେଇଛନ୍ତି ୫ ଲୁଟେରା। ବ୍ୟବସାୟୀଜଣକ ରାସ୍ତାରେ ପଡ଼ି ଛଟପଟ ହେଉଥିବା ବେଳେ ତାଙ୍କ ଡିଜିରେ ଥିବା ୧ ଲକ୍ଷ ୭୦ ହଜାର ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି ଦୁର୍ବୃତ୍ତମାନେ। ପ୍ରାୟ ୫ ମିନିଟ ମଧ୍ୟରେ ଏତେ ସବୁ କାଣ୍ଡ ଘଟିଥିବା ବେଳେ ଲୋକେ କିଛି ବୁଝିବା ଆମରୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ସମସ୍ତ ଦୁର୍ବୃତ୍ତ । ଏପରି ଅଭାବନୀୟ ଘଟଣା ଆଜି ସକାଳେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମଥାନୀ ଅଣ୍ତର ବାଇପାସ ନିକଟରେ ଘଟିଛି। ମୃତ୍ୟୁ ସହ ସଂଘର୍ଷ କରୁଥିବା ବ୍ୟବସାୟୀଜଣକ ହେଲେ ଲକ୍ଷ୍ମଣପଡା ଗ୍ରାମର ବ୍ୟବସାୟୀ ପଞ୍ଚାନନ ମହାନ୍ତି । ପଞ୍ଚାନନ ଏକ ଗ୍ରୋସରୀ ଦୋକାନ କରି ପରିବାର ଚଳାନ୍ତି। ଆଜି ସକାଳେ ଦୋକାନ ସଉଦା ଆଣିବାକୁ ୧ ଲକ୍ଷ ୭୦ ହଜାର ଟଙ୍କା ଧରି ସେ ବାଇକ୍‌ରେ ଜଳେଶ୍ୱର ଯାଉଥିଲେ। ବାଟରେ ଲିଫ୍ଟ ମାଗିବାକୁ ଜଣେ ଯୁବକ ହାତ ଦେଖାଇଥିଲେ। ଏହାଦେଖି ପଞ୍ଚାନନ ଅଟକି ଥିବା ବେଳେ ହଠାତ୍‌ ପାଖରେ ଥିବା ୪ ଜଣ ତାଙ୍କୁ ମାଡ଼ି ବସିଥିଲେ। ସେମାନେ ତାଙ୍କୁ ଭୁଜାଲିରେ ଅତର୍କିତ ଭାବେ ଆକ୍ରମଣ କରି ତଳେ ପକାଇ ଦେଇଥିଲେ। ଏହାପରେ ତାଙ୍କ ଡିକି ଖୋଲି ସମସ୍ତ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ରାସ୍ତାରେ ଯାଉଥିବା ଦେଖଣାହାରୀ କିଛି ବୁଝିବା ଆଗରୁ ଚମ୍ପଟ ମାରିଥିଲେ ସମସ୍ତ ଦୁର୍ବୃତ୍ତ। ଏହାପରେ ରାସ୍ତାରେ ପଡ଼ି ଚିତ୍କାର କରୁଥିବା ପଞ୍ଚାନନଙ୍କୁ ପ୍ରଥମେ ବସ୍ତା ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ବୃତ୍ତଙ୍କ ତଲାସି କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!