Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆର୍‌ଆଇଙ୍କୁ ଗୋଡ଼େଇ ତୋଡେଇ ପିଟିଲେ ପଥର ମାଫିଆ ବାପ-ପୁଅ

by ସଞ୍ଜୟ ସ୍ୱାଇଁ
July 25, 2022
in Crime, State
ଆର୍‌ଆଇଙ୍କୁ ଗୋଡ଼େଇ ତୋଡେଇ ପିଟିଲେ ପଥର ମାଫିଆ ବାପ-ପୁଅ
68
VIEWS
Share on FacebookShare on Twitter

ନୀଳଗିରି, (ବାଘୁଆବାର୍ତ୍ତା): ରାଜସ୍ୱ ନିରୀକ୍ଷକ(ଆର୍‌ଆଇ)ଙ୍କୁ ଗୋଡ଼େଇ ତୋଡେଇ ପିଟିଲେ ପଥର ମାଫିଆ ବାପ-ପୁଅ! ସାର୍ଟ ଚିରିଦେଲେ, ମୋବାଇଲ ଭାଙ୍ଗିଦେଲେ ଓ ମନପର୍ସ ଛଡ଼ାଇନେଲେ। ଫୁଙ୍ଗୁଳା ଦେହରେ ଅଫିସରେ ପହଞ୍ଚିଲେ ଆର୍‌ଆଇ। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ତହସିଲ ଅଞ୍ଚଳରେ ଘଟିଛି। ରବିବାର ରାତିରେ ନୀଳଗିରି ତହସିଲ ଅଧୀନ ବାଘମରା ଅଞ୍ଚଳରେ ପଥର ବ୍ଲାଷ୍ଟିଂ ହୋଇଥିଲା। ଏନେଇ ତହସିଲଦାର ଅଶେଷ କୁମାର ନାୟକଙ୍କ ପାଖରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ତହସିଲଦାର ସଜନାଗଡ଼ ଆର୍‌ଆଇ କେ.ସନ୍ତୋଷ କୁମାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଆର୍‌ଆଇ କ୍ଷେତ୍ର ପରିଦର୍ଶନ କରିବା ପାଇଁ ବାଘମରା ଅଞ୍ଚଳକୁ ଯାଇଥିଲେ। ପଥର ବ୍ଲାଷ୍ଟିଂ ଅଞ୍ଚଳରେ ଫଟୋ ଉଠାଇ ଫେରୁଥିଲେ ଆର୍‌ଆଇ। ଏହା ଦେଖି ପଥର ମାଫିଆ ବାପ-ପୁଅ, ଆରଆଇଙ୍କୁ ଅଟକାଇ ନିର୍ଧୁମ ପିଟି ଥିଲେ। ତାଙ୍କଠାରୁ ମୋବାଇଲ୍‌ ଛଡ଼ାଇ ନେଇ ଭାଙ୍ଗି ଦେଇଥିଲେ। ମନି ପର୍ସ ଛଡ଼ାଇ ନେଇଥିଲେ। ଆର୍‌ଆଇ କେ.ସନ୍ତୋଷ କୁମାରଙ୍କ ସାର୍ଟ ଚିରି ଦେଇଥିଲେ। ସେ ଫୁଙ୍ଗୁଳା ଦେହରେ ଜୀବନ ବିକାଳରେ ମାର୍କେଟରେ ପହଞ୍ଚି ଥିଲେ। ସେଠାରେ ଲୁଗା ଦୋକାନରୁ ସାର୍ଟ କିଣି ପିନ୍ଧି ଅଫିସ୍‌ରେ ପହଞ୍ଚିଥିଲେ। ଏମାନଙ୍କ ନାଁରେ ପୂର୍ବରୁ ମଧ୍ୟ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଥାନାରେ ଅଭିଯୋଗ କରାଯାଇଥିବା ତହସିଲଦାର କହିଛନ୍ତି। ତହସଲଦାର କହିଛନ୍ତି, “ବାଘମରା ଅଞ୍ଚଳରେ ବେଆଇନ୍‌ ଭାବେ ବ୍ଲାଷ୍ଟିଂ କରାଯାଇଥିଲା। ଆଜି ସେଠାରୁ ପଥର ଚାଲାଣ ହେଉଥିଲା। ମୋ ନିର୍ଦ୍ଦେଶରେ ଆର୍‌ଆଇ ସେଠାକୁ ଯାଇ ଫଟୋ ଉଠାଇ ଫେରୁଥିଲେ। ସେହି ସମୟରେ ବେଆଇନ୍‌ ବ୍ଲାଷ୍ଟିଂ କରାଉଥିବା ବିଶ୍ୱନାଥ ଦାସ ଓ ତାଙ୍କ ପୁଅ ମିଳିତ ଭାବେ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ଏପରିକି ଆରଆଇଙ୍କ ମୋବାଇଲ ବାଡ଼େଇ ଭାଙ୍ଗି ଦେଇଥିଲେ। ତାଙ୍କ ସାର୍ଟ ଚିରି ଦେବା ସହିତ ମନପର୍ସ ଛଡ଼ାଇ ନେଇଯାଇଛନ୍ତି।” ତହସିଲଦାର ଆହୁରି କହିଛନ୍ତି, “ବିଶ୍ୱନାଥ ଦାସ ପୂର୍ବରୁ ଗିରଫ ହୋଇଥିଲା। ଜେଲ୍‌ ଯାଇଥିଲା। ତା’ର ଟ୍ରାକ୍ଟର ଓ ପଥର ବ୍ଲାଷ୍ଟିଂ ସରଞ୍ଜାମ ଜବତ କରାଯାଇଥିଲା। ସେ ବେଲ୍‌ରେ ଆସିଛି। ଏହି ଘଟଣା ପରେ ତା’ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।”

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!