Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା, ସୁନା ଲୁଟି ନେଲେ ଦୁର୍ବୃତ୍ତ

by ସଞ୍ଜୟ ସ୍ୱାଇଁ
July 25, 2022
in Crime, State
ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା, ସୁନା ଲୁଟି ନେଲେ ଦୁର୍ବୃତ୍ତ
64
VIEWS
Share on FacebookShare on Twitter

କୋଣାର୍କ, (ବାଘୁଆବାର୍ତ୍ତା): ମରଣାନ୍ତକ ଆକ୍ରମଣ କରି ଯୁବକଙ୍କ ଠାରୁ ଟଙ୍କା,ସୁନା ଲୁଟି ନେଲେ ଦୁର୍ବୃତ୍ତ। ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା ନିମାପଡ଼ା ରାସ୍ତାର ସର୍ବାପଡ଼ାରେ। ଗୁରୁତର ଯୁବକ ଗଙ୍ଗାଧର ବେହେରା ଓ ଗୟାଧର ବେହେରାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆହତ ଯୁବକଙ୍କ ଘର ରାମଚଣ୍ଡୀ ଥାନା ଅନ୍ତର୍ଗତ କାନପୁର ଗାଁରେ। ଗଙ୍ଗାଧର ଓ ଗୟାଧର ସମ୍ପର୍କରେ ଦୁଇ ଭାଇ ହେବେ। ଗଙ୍ଗାଧର ଓ ଗୟାଧର ବାହାର ରାଜ୍ୟର ଏକ ଘରୋଇ କମ୍ପାନୀରେ କାମ କରନ୍ତି। ଆଜି ଭୋର ୩ଟା ସମୟରେ ଗାଁର ଜଣେ ଯୁବକ ଦେବରାଜ ରାଉତଙ୍କ ସହ ଗଙ୍ଗାଧର ଓ ଗୟାଧର ବାଇକ୍‌ରେ ଭୁବନେଶ୍ୱର ଆସୁଥିଲେ। ଭୁବନେଶ୍ୱରରୁ ସେମାନେ ଟ୍ରେନରେ ବାହାର ରାଜ୍ୟକୁ ଯାଇଥାନ୍ତେ। ହେଲେ ନିମାପଡ଼ା ଛକର ସର୍ବାପଡ଼ା ଠାରେ ଏକ କାର୍‌ରେ କିଛି ଦୁର୍ବୃତ୍ତ ଆସି ସେମାନଙ୍କ ବାଇକ୍‌କୁ ପ୍ରଥମେ ଧକ୍କା ଦେଇଥିଲେ। ଦେବରାଜ, ଗଙ୍ଗାଧର ଓ ଗୟାଧର ତଳେ ପଡ଼ି ଯାଇଥିଲେ। କାର୍‌ରେ ଥିବା ଦୁର୍ବୃତ୍ତ ଗଙ୍ଗାଧର ଓ ଗୟାଧରଙ୍କଠାରୁ ଟଙ୍କା ପଇସା ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଦୁଇ ଭାଇ ଟଙ୍କା ପଇସା ଦେବାକୁ ଅମଙ୍ଗ ହେବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ମରଣାନ୍ତକ ଭାବେ ଆକ୍ରମଣ କରିଥିଲେ। ଏହା ଦେଖି ଦେବରାଜ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ପରେ ଦୁର୍ବୃତ୍ତମାନେ ଗଙ୍ଗାଧର ଓ ଗୟାଧରଙ୍କଠାରୁ ଟଙ୍କା, ପଇସା, ମୋବାଇଲ ଓ ସୁନା ହାର ଛଡ଼ାଇ ନେଇ ଚମ୍ପଟ ମାରିଥିଲେ। ଦେବରାଜ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ପହଞ୍ଚି ସେମାନଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣା ତଦନ୍ତ କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!