ନୟାଗଡ଼, (ବାଘୁଆବାର୍ତ୍ତା) : ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଆଶ୍ଚର୍ଯ୍ୟ କୁମାର କର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସିଭି ରମଣଙ୍କ ଜୀବନୀ, କାର୍ଯ୍ୟକଳାପ ଓ ଅନୁସନ୍ଧାନ ସଂପର୍କରେ ଅବଗତ କରି ଶିଶୁମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତି ଉଦ୍ରେକ କରାଇଥିଲେ । ମୁଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ପଟ୍ଟନାୟକ ଭାରତୀୟ ବୈଜ୍ଞାନିକମାନଙ୍କ ବିଷୟରେ ଉଦ୍ବୋଧନ ଦେଇଥିଲେ । ଏହି ଦିବସରେ ଶିଶୁମାନଙ୍କର ମଧ୍ୟରେ ବିଜ୍ଞାନର ଉପାଦେୟତା ସମ୍ବନ୍ଧୀୟ ଜ୍ଞାନ ବୃଦ୍ଧି ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ତଥା ପତ୍ରବାଚନ, ପ୍ରଶ୍ନମଂଚ, ବୈଜ୍ଞାନିକ ମାନଙ୍କ ଫଟୋ ପ୍ରଦର୍ଶନ, ପ୍ରୋଜେକ୍ଟର ସେମିନାର କରାଯାଇଥିଲା । ଉକ୍ତ ପ୍ରତିଯୋଗିତାରେ ୫୦୦ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ, ପରିଚାଳନା ସମିତିଙ୍କ ଓ ସମସ୍ତ ଗୁରୁଜୀ ଗୁରୁୁମାଙ୍କ ସଂଯୋଜନାରେ ସମସ୍ତ କାର୍ଯ୍ୟ ପରିଚାଳନା କରାଯାଇଥିଲା ।






