ଗଣିଆ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ସାତକୋଶିଆ ସ୍ୟାଣ୍ଡ ରୁସର୍ଟକୁ ଆସିଥିବା ପଯ୍ୟଟକଙ୍କ ଠାରୁ ଶୁକ୍ରବାର ଦିନଦିପ୍ରହରେ ସୁନା ଚେନ ,ମୁଦି ସହିତ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଲେ ଦୁର୍ବୁର୍ତ୍ତ । ସୂଚନାନୁସାରେ, ନୟାଗଡ଼ ଜିଲ୍ଲାର ଗଣିଆ ଥାନା ଅନ୍ତର୍ଗତ ସାତକୋଶିଆ ସ୍ୟାଣ୍ଡ ରିସର୍ଟ ପଯ୍ୟଟକ ମାନଙ୍କର ପ୍ରଥମ ପସନ୍ଦ । ଏଠାକୁ ବର୍ଷ ସାରା ପଯ୍ୟଟକ ଭାରତ ତଥା ଅନ୍ୟ ଦେଶରୁ ଆସିଥାନ୍ତି । କିନ୍ତୁ ଗଣିଆ ଠାରୁ ବଡ଼ମୁଳ ପଯ୍ୟନ୍ତ ରାସ୍ତାର ଅବସ୍ଥା ନ କହିବା ଭଲ । ଯାହାର ଫାଇଦା କିଛି ଅସାମାଜିକ ଯୁବକମାନେ ଏହି ରାସ୍ତାରେ ଗାଡ଼ି ଅଟକାଇ ବିଭିନ୍ନ ସମୟରେ ଲୁଟତରାଜ କରୁଥିବା ନଜିର ଅଛି । ତେବେ ଗତ କାଲି ପୁରୀରୁ ଆସିଥିବା ନିଶାନ ସାହୁ ଓ ତାଙ୍କ ସହଧାର୍ମିଣୀ କାଜଲ ପାତ୍ର ସାତକୋଶିଆ ସ୍ୟାଣ୍ଡ ରିସର୍ଟକୁ କାରରେ ବୁଲିଆସିଥିଲେ । ଆଜି ରିସର୍ଟରୁ ଫେରିବା ବେଳେ ରାସଙ୍ଗ ପଞ୍ଚାୟତ ହଟିଆପଲ୍ଲୀ ବସଷ୍ଟାଣ୍ଡ ନିକଟରେ ଗୋଟିଏ ନାଲି କଲର ବାଇକିରେ ତିନିଜଣ ଯୁବକ ଆସି କାରକୁ ଅଟକାଇବା ସହିତ କାରକୁ ଭଙ୍ଗାରୁଜା କରିଥିଲେ । ଜୋର ଜବରଦସ୍ତି ସୁନା ଚେନ ଓ ଲକେଟ ନେବା ସହିତ ମାଡମଧ୍ୟ ମାରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତନାଘନ କରିବା ସହିତ ବିଭିନ୍ନ ସ୍ଥାନରେ ଛାନଭିନ ଜାରି ରଖିଥିବା ବେଳେ ଖଣ୍ଡପଡା ଥାନା ଅନ୍ତର୍ଗତ ଗଡ଼ିଆସାହି ନିକଟରେ ପୋଲିସକୁ ଚକମା ଦେଇ ନିକଟସ୍ଥ ଜଙ୍ଗଲକୁ ଖସି ଯାଉଥିବା ବେଳେ ଯୋଜନାବଦ୍ଧ ପୋଲିସ ଦୁର୍ବୁତ୍ତ ମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ଅଭିଯୁକ୍ତଙ୍କୁ ଗଣିଆ ଥାନାକୁ ଆଣି ଅଧିକ ପଚାରାଉଚରା କରାଯାଉଥିବା ଗଣିଆ ଥାନା ଅଧିକାରୀ ବିମଳ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।





