ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲା ଅଞ୍ଚଳ ରେ ଦିନକୁ ଦିନ ଗଞ୍ଜେଇ ମାଫିଆ ମାନଙ୍କ ଆଡା କରି ଚାଲିଥିବା ବେଳେ ଗଞ୍ଜେଇ ଚାଲାଣ ଧିରେ ଧିରେ ବଢିବା ରେ ଲାଗିଛି । ଏହି ସବୁ କୁ ଦୃଷ୍ଟି ରେ ରଖି ଦଶପଲ୍ଲା ପୋଲିସ ଅଞ୍ଚଳ ର ସମସ୍ତ ପୋଲିସ ଫାଣ୍ଡି ଗୁଡ଼ିକୁ କଡାକଡି ନିର୍ଦ୍ଦେଶ ପାଇ ଅହରହ ପେଟ୍ରୋଲିଂ ଜରିରଖିଥିବା ବେଳେ ବାଣୀଗୋଛା ପୋଲିସ ର ପେଟ୍ରୋଲିଂ ଚାଲିଥିବାବେଳେ ବାଣୀଗୋଛା ନିକଟ ତୁକୁଡ଼ା ଠାରେ ଦୁଇ ଯୁବକ ଗଞ୍ଜେଇ ଧରି ଯାଉଥିବାବେଳେ ବାଣୀଗୋଛା ପୋଲିସ ଦୁଇ ଗଞ୍ଜେଇ ବେପାରୀ କୁ କାବୁ କରି ବାଣୀଗୋଛା ଥାନା କୁ ନିଆଯାଇଛି। ଦୁଇ ଅଭିଯୁକ୍ତ ମାନଙ୍କ ନାମ ଦଶରଥ କହଁର,ଦେବେନ୍ଦ୍ର କହଁର ଘର କ.ନୂଆଗାଁ ଥାନା କନ୍ଧମାଳ ଜିଲ୍ଲା ର ମନ୍ଦମହା ଗ୍ରାମ ଦୁଇ ଯୁବକ ହୋଇଥିବାବେଳେ ୪.୪୦୦କି.ଗ୍ରାମ ର ଗଞ୍ଜେଇ ନେଇ ଯାଉଥିବା ବେଳେ ଗିରଫ କରିଛି ବାଣୀଗୋଛା ପୋଲିସ ।।





