ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନ ଥାନା ପକ୍ଷରୁ ଚଢ଼ଉ କରାଯାଇ ୨ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି । ନୟାଗଡ଼ ପୁରୁଣା ସହର ଶଗଡିଆ ସାହିର ଆଶୁତୋଷ ଦାସ ଓ ଅଭିଜିତ ମିଶ୍ର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତାଙ୍କ ଘରୁ ୮ ଗ୍ରାମ ୧୩୦ ମିଲି ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଏକ ବୁଲେଟ ଗାଡ଼ି ଓ ୭,୫୩୦/- ଟଙ୍କା ନୟାଗଡ଼ ଟାଉନା ଥାନା ଜବତ କରିଛି । ନୟାଗଡ଼ ଟାଉନ ଥାନାର ସବ୍ ଇନିସ୍ପେକ୍ଟର ଧର୍ମେନ୍ଦ୍ର ଶିଆଳଙ୍କ ନେତୃତ୍ୱରେ ଏହି ଚଢ଼ଉ କାର୍ଯ୍ୟ ହୋଇଥିଲା । ନୟାଗଡ଼ ଟାଉନ ଥାନା କେସ ନଂ – ୧୧୧/୨୨ ରେ ଏକ ମାମଲା ରୁଜ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଜ୍ଞାପାରମିତା ଜେନା ସୁଚନା ଦେଇଛନ୍ତି ।





