ଜଳେଶ୍ବର, (ବାଘୁଆବାର୍ତ୍ତା): ଦିନ ଦ୍ବିପ୍ରହରରେ ବ୍ୟାଙ୍କରୁ ଲୁଟ୍ । ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ବରୁଣଗଡିଆ ସ୍ଥିତ ବ୍ୟାଙ୍କ ଅଫ୍ ବରୋଦାରୁ ୮ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍ ହୋଇଛି । ବାଇକରେ ୮ ଜଣ ଦୁର୍ବୃତ୍ତ ହାତରେ ମାରଣାସ୍ତ୍ର ଧରି ବ୍ୟାଙ୍କ କର୍ମଚାରୀ ଏବଂ ଭିତରେ ଥିବା ଗ୍ରାହକଙ୍କୁ ଭୟଭୀତ କରାଇ ଲୁଟି ନେଲେ ଟଙ୍କା । ସମସ୍ତେ ବଙ୍ଗଳା ଭାଷାରେ କଥା ହେଉଥିଲେ । ୮ ଜଣକ ମଧ୍ୟରୁ ୨ ଜଣ ମୁହଁରେ ମାସ୍କ ଲଗାଇଥିଲେ । ପ୍ରଥମେ ସିସିଟିଭିର କନେକସନ କାଟି ପରେ ମାରଣାସ୍ତ୍ର ସାହାଯ୍ୟରେ ଭୟଭୀତ କରାଇ ଟଙ୍କା ଲୁଟି ନେଇଥିବା ଭିତରେ ଥିବା ଜଣେ ଗ୍ରାହକ କହିଛନ୍ତି । ଲୁଟ୍ ପରେ ବ୍ୟାଙ୍କର ବାହାର ପଟୁ ତାଲା ପକାଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ ।





