ବଲାଙ୍ଗୀର, (ବାଘୁଆବାର୍ତ୍ତା): ବଲାଙ୍ଗୀର ବେଲପଡା ବ୍ଲକ ବାଗଦୋର ପଂଚାୟତର ସମିତିସଭ୍ୟା ବନିତା ବିଶ୍ୱାଳଙ୍କ ସ୍ଵାମୀ ଲୋକନାଥ ବିଶ୍ୱା ଳଙ୍କୁ ଗୁଳି କରି ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ । ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ସାରିଛି । ତେବେ ମୁଖ୍ୟ ଅଭିଯୁକ୍ତ ତଥା ସୁପାରୀ କିଲର କୁହାଯାଉଥିବା ପଦ୍ମପୁରର ନରେଶ ସାହୁ କୁ ବେଲପଡା ପୋଲିସ ଗତକାଲି ରାତିରେ ଛତିଶଗଡରୁ ଗିରଫ କରିଛି । ରାୟପୁର ନିକଟବର୍ତ୍ତି ସିଲତରାରୁ ଗିରଫ କରି ଆଜି କୋର୍ଟ ଚାଲାଣ କରୁଥିବା ଜଣାଯାଇଛି । ଏ ସଂକ୍ରାରେ ସ୍ଥାନୀୟ ଉପଖଣ୍ଡୀୟ ପୁଲିସ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା ଏକ ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଇଛ । ଗତ ମାର୍ଚ୍ଚ ମାସ ୨୮ତାରିଖ ରାତ୍ରୀ ଭୋଜନ ସାରି ଲୋକନାଥ ନିଜ ଘରେ ଏକ ଚୌକିରେ ବସିଥିବା ବେଳେ ୫ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଛାତିରେ ବନ୍ଧୁକ ଲଗାଇ ଆଖିବୁଜା ଗୁଳି ଚଳାଇ ଫେରାର ମାରିଥିଲେ । ମୁଖ୍ୟ ଅଭିଯୁକ୍ତ ତଥା ସୁପାରୀ କିଲର ବରଗଡ ଜିଲ୍ଲା ପଦ୍ମପୁର ସହରର ନରେଶ ସାହୁ କୌଣସି ମତେ ଫେରାର ମାରିବାରେ ସକ୍ଷମ ହୋଇଥିଲା । ସେହି ଦିନଠାରୁ ନରେଶକୁ ଧରିବା ପାଇଁ ପୁଲିସ ପ୍ରାଣମୂର୍ଚ୍ଛ। ଉଦ୍ୟମ ଜାରି ରଖିଥିଲା । ପରେ ରାୟପୁର ନିକଟବର୍ତ୍ତି ସିଲତରାଠାରେ କୌଣସି ଏକ କମ୍ପାନୀରେ କାମ କରୁଥିବା ଖବର ପାଇ ବେଲପଡା ଥାନାଧିକାରୀ ବୁଲୁ ମୁଣ୍ଡାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଗତକାଲି ଚଢଉ କରି ନରେଶକୁ ଗିରଫ କରିଥିଲା । ପୋଲିସ ଅଭିଯୁକ୍ତଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ, ୪ ଅଫୁଟା ଗୁଳିକୁ ମିଶାଇ ୫ଟି ଗୁଳି ଜବତ କରିଛି।





